ବୁଧବାର ରାଶିଫଳ ୧୯.୦୪.୨୦୨୩

ମେଷ: ରାଜନୀତି କ୍ଷେତ୍ରରେ ଉଚ୍ଚାସନ ଲାଭ କରିପାରନ୍ତି। ଉତ୍ତମ ମାନର ଶିକ୍ଷା ଲାଭ କରିବେ। ପିତାମାତା ଦୀର୍ଘାୟୁ ହେବେ। ମାତୃସ୍ନେହ ସର୍ବଦା ମିଳିବ। ବ୍ୟବସାୟରୁ ଧନ ଲାଭ ହେବ। ଦୀର୍ଘାୟୁ, ବିଦ୍ବାନ୍‌, ପ୍ରଜ୍ଞାଶୀଳ ହେବେ।
ବୃଷ: ଶୋଭନ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ। ବ୍ୟବସାୟ ଲାଭଜନକ ହେବ। ପରାକ୍ରମୀ ହୋଇପାରନ୍ତି। ସୌଭାଗ୍ୟଶାଳୀ ହେବେ। ସାମର୍ଥ୍ୟର ପରିପ୍ରକାଶ ଘଟାଇ ପାରନ୍ତି। ଧନାଗମର ସୂଚନା ମିଳୁଛି।
ମିଥୁନ: ସଙ୍ଗୀତପ୍ରିୟ ହେବେ। ଉପଯୁକ୍ତ କର୍ମାନୁରକ୍ତ ହୋଇପାରନ୍ତି। ଯଶସ୍ବୀ ହେବେ। ଧନଶାଳୀ ହୋଇପାରନ୍ତି। ସରକାରୀ ସ୍ତରରୁ ଅର୍ଥାଗମ ହୋଇପାରେ। ବିନୀତ ସ୍ବଭାବସମ୍ପନ୍ନ, ବହୁବିଦ୍ୟା ପାରଙ୍ଗମ ହେବେ।
କର୍କଟ: ନୃତ୍ୟ, ସଙ୍ଗୀତପ୍ରିୟ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ଧର୍ମମାର୍ଗରେ ମନ ରହିବ। ଜ୍ଞାନଗରିମାଯୁକ୍ତ ହେବେ। ଯାନବାହନ ସୁଖ ମିଳିବ। ସରକାରୀ ମାନ୍ୟତା ପ୍ରାପ୍ତ ହେବେ। ପୁତ୍ର ସୁଖ ମିଳିବ।
ସିଂହ: ଶତ୍ରୁତାର ବିନାଶ ଘଟିବ। ଧନଭୋଗର ସୂଚନା ମିଳୁଛି। ଐଶ୍ବର୍ଯ୍ୟ ପ୍ରାପ୍ତିର ସୁଯୋଗ ଅଛି। ତେଜିୟାନ୍‌ ହେବେ। ଦୟାଳୁ ଓ ପରୋପକାରୀ ହେବେ। ଧାର୍ମିକ ଓ ବିଚାରବନ୍ତ ହୋଇପାରନ୍ତି। ସୁସ୍ଥ ରହିବେ।
କନ୍ୟା: ବହୁ ଶୁଭଫଳ ପ୍ରାପ୍ତିର ସୂଚନା ମିଳୁଛି। ଧନବାନ୍‌ ହେବେ। ଗୁଣଜ୍ଞ ହୋଇପାରନ୍ତି। କୁଳପ୍ରଦୀପ ହେବେ। ସୁଖୀ ଓ ଯଶସ୍ବୀ ହେବେ। ଉତ୍ତମ ଯାନବାହନଯୁକ୍ତ ହେବେ। ସ୍ବାଭିମାନୀ ହୋଇପାରନ୍ତି। ଶିକ୍ଷାବିତ୍‌ ହେବେ।
ତୁଳା: ଚାକିରି କ୍ଷେତ୍ରରେ ଉଚ୍ଚ ପଦପଦବୀରେ ଅଧିଷ୍ଠିତ ହୋଇପାରନ୍ତି। ଅର୍ଥ ଲଗାଣକାରୀ ସଂସ୍ଥା କର୍ମଭୂମି ହେବ। ସନ୍ତାନମାନେ ଶୃଙ୍ଖଳିତ ହେବେ। ସୌନ୍ଦର୍ଯ୍ୟ ଓ ସୁନ୍ଦର ବସ୍ତୁ ପ୍ରତି ଆଗ୍ରହୀ ହେବେ। ସମ୍ମାନିତ ହେବେ।
ବିଛା: ଶାସ୍ତ୍ରଜ୍ଞ ହେବେ। ବନ୍ଧୁ, ସହଦୋରଙ୍କର ଅତି ପ୍ରିୟ ହୋଇପାରନ୍ତି। ଆଧ୍ୟାତ୍ମବାଦୀ ହେବେ। ଜ୍ୟୋତିଷ୍କ ବିଦ୍ୟାରେ ପାରଙ୍ଗମ ହୋଇପାରନ୍ତି। ଲୋକପ୍ରିୟତା ଅର୍ଜନ କରିବେ। ସମ୍ପତ୍ତିବାନ୍‌ ହେବେ।
ଧନୁ: ଧନବାନ୍‌ ହେବେ। ଆୟ ବୃଦ୍ଧିର ସୂଚନା ମିଳୁଛି। ମାଲିମୋକଦ୍ଦମା ଓ ନିର୍ବାଚନରେ ବିଜୟୀ ହେବେ। ଭାଇମାନଙ୍କଠାରୁ ସହଯୋଗ ପାଇବେ। କୂଟନୀତିଜ୍ଞ ହୋଇପାରନ୍ତି। ସଂଯମୀ ହେବେ। ଆତ୍ମ ଜ୍ଞାନୀ ହେବେ।
ମକର: କୋଇଲା, ଚମଡ଼ା, ଜୋତା, ମେସିନାରୀ, ତେଲ ବ୍ୟବସାୟ କରି ଧନ ଅର୍ଜନ କରପାରନ୍ତି। କଠିନ ପରିଶ୍ରମୀ, ଗୁରୁଭକ୍ତି, ପୈତୃକ ସମ୍ପତ୍ତି ଭୋଗକାରୀ ହେବେ। ଦୟାଳୁ ଓ ନ୍ୟାୟପ୍ରିୟ ହେବେ।
କୁମ୍ଭ: ଧନବାନ୍‌ ହେବେ। ଶାନ୍ତିପ୍ରିୟ ହୋଇପାରନ୍ତି। ଦୀର୍ଘଜୀବୀ ହେବେ। ରାଜନୀତିଜ୍ଞ ହୋଇପାରନ୍ତି। ଶତ୍ରୁ ବିନାଶକ ହେବେ। କଠିନ ପରିଶ୍ରମ କରି ଧନ ଅର୍ଜନ କରିବେ। ମନ ପ୍ରସନ୍ନ ରହିବ। ସଦାଚାରୀ ହେବେ।
ମୀନ: କର୍ମପରାୟଣ ହେବେ। ଧନବାନ୍‌ ହୋଇପାରନ୍ତି। ସ୍ବାଭିମାନୀ ହେବେ। ସ୍ପଷ୍ଟ ବକ୍ତା ହେବେ। ପୁତ୍ରବାନ୍‌ ହେବେ। ସମ୍ମାନିତ ହେବେ। ଅପାର ଗୁଣର ଅଧିକାରୀ ହୋଇପାରନ୍ତି। ଉପାର୍ଜନ ଊଣା ହେବ ନାହିଁ।

Comments are closed.