MEllora 950×100

ବୁଧବାର ରାଶିଫଳ ୦୭.୧୨.୨୦୨୨

ମେଷ: ନିଜର ଭାଗ୍ୟ ନିୟନ୍ତା ନିଜେ ହେବେ। ସ୍ବତନ୍ତ୍ର ବ୍ୟକ୍ତିତ୍ବସମ୍ପନ୍ନ ହୋଇପାରନ୍ତି। ବୈଦେଶିକ ମୁଦ୍ରା ଅର୍ଜନ କରିବାରେ ପାରଙ୍ଗମ ହେବେ। ସୁସ୍ଥ ଓ ନିରାମୟ ରହିବେ। ବାଣିଜ୍ୟ କାରବାରରୁ ଧନାଗମ ହେବ।
ବୃଷ: ଯତ୍ନ, ଅଧ୍ୟବସାୟ ଓ ଉଦ୍ୟମ ବଳରେ ଅପୂର୍ଣ୍ଣତାରୁ ପୂର୍ଣ୍ଣତା ପ୍ରାପ୍ତ ହୋଇପାରନ୍ତି। ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ଶ୍ରୀଚନ୍ଦ୍ର ଭୋଗ ହେତୁ ସ୍ବାସ୍ଥ୍ୟହାନି ଘଟିପାରେ। ମୋକଦ୍ଦମାରେ ଜିଣିଥିବା ଧନ ପ୍ରାପ୍ତ ହେବ।
ମିଥୁନ: କର୍ମଚଞ୍ଚଳ ରହିବେ। ଏକାନ୍ତରେ ମୌନ ରହି ତପସାଧନାରେ ନିମଗ୍ନ ହେବେ। ଭାଷା ଅମୃତ ତୁଲ୍ୟ ହୋଇପାରେ। ଥଣ୍ଡାକଫ ଜନିତ ସାମାନ୍ୟ କ୍ଲେଶ ଅନୁଭବ କରିପାରନ୍ତି। ସ୍ବାସ୍ଥ୍ୟ ରକ୍ଷାରେ ଖର୍ଚ୍ଚାନ୍ତ ହେବେ।
କର୍କଟ: ସୁସ୍ଥ ଓ ନିରାମୟ ରହିବେ। ସୁବିମଳ ଯଶର ଅଧିକାରୀ ହେବେ। ଜନସାଧାରଣଙ୍କ ସହିତ ସ୍ନେହ, ବନ୍ଧନରେ ଅନୁବନ୍ଧିତ ହୋଇପାରନ୍ତି। ସମାଜସେବାରେ ନିଜକୁ ନିୟୋଜିତ କରିପାରନ୍ତି। ସରକାରୀ ସ୍ତରରୁ ଅର୍ଥ ସହିତ ସମ୍ମାନ ମିଳିବ।
ସିଂହ: ଜ୍ଞାନର ପ୍ରଦୀପ ଜଳାଇ ଅଜ୍ଞାନ ଅନ୍ଧକାରକୁ ଦୂର କରିପାରନ୍ତି। ମନରେ ପ୍ରସନ୍ନତା ଭାବ ଦେଖା ଦେବ। ସୁସ୍ଥ ଓ ନିରାମୟ ରହିବେ। ଦୟାର୍ଦ୍ରଚିତ୍ତ ହୋଇପାରନ୍ତି। ସ୍ନେହ ବଳରେ ଘରକୁ ବୈକୁଣ୍ଠ ସମାନ କରିପାରନ୍ତି।
କନ୍ୟା: ସ୍ବକର୍ମ କର୍ମ ବଳରେ ଭବିଷ୍ୟ ନିର୍ମାଣ କରିପାରନ୍ତି। ଦିନଟି ସୁଖ-ସମୃଦ୍ଧିପୂର୍ଣ୍ଣ ହେବ। କର୍ମକ୍ଷେତ୍ରରେ ପତ୍ନୀଙ୍କ ସହାୟତା ଫଳପ୍ରସୂ ହେବ। ବିଦ୍ବାନ୍‌, ସାହସୀ, ଭବିଷ୍ୟବକ୍ତା ଓ ସମ୍ପତ୍ତିବାନ୍‌ ହୋଇପାରନ୍ତି।
ତୁଳା: ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦର ସମ୍ମୁଖୀନ ହୋଇପାରନ୍ତି। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। କାମ, କ୍ରୋଧ, ଲୋଭ ଓ ମୋହକୁ ନିୟନ୍ତ୍ରଣ କରି ସୁଖୀ ହେବେ। ପାରିବାରିକ ସ୍ନେହ ଅତୁଟ ରହିବ।
ବିଛା: ବଂଶ ପରମ୍ପରାରେ ଅଜନ୍ମା ଜ୍ଞାନୀ ହୋଇପାରନ୍ତି। ଉତ୍ସର୍ଗୀକୃତ ମନୋଭାବ ନେଇ ସମାଜସେବାରେ ନିଜକୁ ନିୟୋଜିତ କରିପାରନ୍ତି। ଦାନଧର୍ମରେ ଦୀକ୍ଷିତ ହେବେ। ବାଣିଜ୍ୟ କାରବାର ଅତ୍ୟନ୍ତ ଲାଭଦାୟକ ହେବ।
ଧନୁ: ଅନ୍ତର୍ନିହିତ ଗୁଣାବଳୀର ବିକାଶ ଘଟାଇ ଜୀବନକୁ ମହାର୍ଘ କରିପାରନ୍ତି। ମିତବ୍ୟୟୀ ହେବା ସହିତ ସଞ୍ଚାୟାଭିମୁଖୀ ହୋଇପାରନ୍ତି। କର୍ମକ୍ଷେତ୍ରରେ ବିଶ୍ବସନୀୟ କାର୍ଯ୍ୟକରି ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରଶଂସାର ପାତ୍ର ହେବେ।
ମକର: ଲକ୍ଷ୍ମୀ ବରଦାୟିକା ଅଛନ୍ତି। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ଲଟେରିର ଉଠାଣ ଫଳ ସପକ୍ଷରେ ଯାଇପାରେ। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ। ତନ୍ତ୍ରମନ୍ତ୍ରାଦି ଗୁପ୍ତ ବିଦ୍ୟା ପ୍ରତି ଆଗ୍ରହୀ ହେବେ।
କୁମ୍ଭ: ସତ୍ୟ ଓ ଅହିଂସାକୁ ଜୀବନର ସଂହିତା କରିପାରନ୍ତି। ପ୍ରାଜ୍ଞ ଓ ଧୀ’ଶକ୍ତିସମ୍ପନ୍ନ ହେବେ। ଦାନଧର୍ମରେ ଦୀକ୍ଷିତ ହେବେ। ଆହ୍ବାନଗୁଡ଼ିକୁ ଉତ୍କର୍ଷର ସୋପାନ କରିପାରନ୍ତି। ଉଦାର ସ୍ବଭାବର ହେବେ। କୃଷିରୁ ଆୟ ଆସିବ।
ମୀନ: ବିବେକରୂପୀ ମହାର୍ଘ ସମ୍ପଦର ସୁବିନିଯୋଗ କରି ଆଶୀର୍ବାଦଯୁକ୍ତ ହେବେ। ଈଶ୍ବରୀୟ ବିଭୂତି ପ୍ରାପ୍ତ ହୋଇପାରନ୍ତି। ଭାଷା ପରମ କଲ୍ୟାଣୀୟ ହେବ। ପ୍ରତ୍ୟେକ କାର୍ଯ୍ୟ ଓ ଉଦ୍ୟମ ପ୍ରଶଂସନୀୟ ହେବ।

Comments are closed.