ଘନକୁହୁଡ଼ି: ୧୧ ଜିଲା ପାଇଁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ଘନକୁହୁଡ଼ି ପ୍ରଭାବ ରାଜ୍ୟରେ ଆହୁରି ଦୁଇ ଦିନ ଜାରି ରହିବ। ସୋମବାର ଅନୁଗୋଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର ଓ ଭଦ୍ରକରେ ଘନକୁହୁଡ଼ି ଦୃଶ୍ୟମାନ ହେବ। ସେହିପରି କନ୍ଧମାଳ, ବୌଦ୍ଧ, ନୟାଗଡ଼, ଖୋର୍ଦ୍ଧା, କଟକ, ଅନୁଗୋଳ, ଢେଙ୍କାନାଳ, ଜଗତସିଂହପୁର ପରି ୮ ଜିଲାରେ ମଙ୍ଗଳବାରରୁ ବୁଧବାର ସକାଳ ପର୍ୟ୍ୟନ୍ତ ଘନକୁହୁଡ଼ି ପଡ଼ିବ। ଏସବୁ ଜିଲା ପାଇଁ ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତା ୪-୫ ଦିନ ଯାଏ ରାତିର ତାପମାତ୍ରାରେ ପରିବର୍ତ୍ତନ ଘଟିବନି। ଆଜି ସର୍ବନିମ୍ନ ତାପମାତ୍ରା ଫୁଲବାଣୀରେ ୧୧ ଡିଗ୍ରୀ ରେକର୍ଡ଼ କରାଯାଇଛି। ଅନ୍ୟ ସମସ୍ତ ଜିଲାରେ ଏହା ୧୩ ଡିଗ୍ରୀ ଉପରେ ରହିଛି।

Comments are closed.