ଶୀତରେ ଥରୁଛି ସାରା ଓଡ଼ିଶା ; ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୮.୫

ଭୁବନେଶ୍ୱର : ଶୀତରେ ଥରୁଛି ସାରା ଓଡ଼ିଶା। ଓଡ଼ିଶାର ବିଭିନ୍ନ ଜିଲାରେ ଶୀତର ପ୍ରକୋପ ଆରମ୍ଭ ହୋଇ ସାରିଲାଣି। ମାତ୍ର କେତେକ ସ୍ୱତନ୍ତ୍ର ସ୍ଥାନରେ ଶୀତର ଅଧିକ ପ୍ରକୋପ ଦେଖିବାକୁ ମିଳିଛି। ୧୫ ଡ଼ିଗ୍ରୀ ତଳେ ରାଜ୍ୟର ୧୩ଟି ସହର ରହିଛି। ଦାରିଙ୍ଗବାଡ଼ିର ସର୍ବନିମ୍ନ ତାପମାତ୍ରା ୮.୫ ଡ଼ିଗ୍ରୀ ରହିଛି। ସୁବର୍ଣ୍ଣପୁର ୯.୪, ଫୁଲବାଣୀ ୧୦.୫, ଅନୁଗୁଳ ୧୧, ବାରିପଦା ଓ କେନ୍ଦୁଝର ୧୨, ଝାରସୁଗୁଡ଼ା ୧୨.୨, ଭବାନୀପାଟଣା ୧୨.୨, ତାଳଚେର ୧୨.୩, କୋରାପୁଟ ୧୨.୬, ବୌଦ୍ଧ ୧୪, କଟକ ୧୪, ବଲାଙ୍ଗିର ୧୪.୮ ଡିଗ୍ରୀ ସହ ଭୁବନେଶ୍ୱରର ତାପମାତ୍ରା ୧୬ ଡିଗ୍ରୀ ରେକର୍ଡ଼ କରାଯାଇଛି।

Comments are closed.