କାଲି ଠାରୁ ପୁଣି ହାଡ଼ଭଙ୍ଗା ଶୀତ

ଭୁବନେଶ୍ୱର : ସୋମବାର ଠାରୁ ବଢିବ ଶୀତ। ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଜଣାପଡ଼ିଛି। ଗତ ଦୁଇ ଦିନ ହେବ ସାରା ରାଜ୍ୟରେ ବର୍ଷା ଜାରି ରହିଥିବା ବେଳେ ଆଜି ଆକାଶ ମେଘମୁକ୍ତ ହୋଇଛି। ମାତ୍ର ପୁଣି ଆସନ୍ତା କାଲି ଠାରୁ ଶୀତର ପରିମାଣ ବଢିବ ବୋଲି ଜଣାପଡ଼ିଛି। ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୪ ରୁ ୬ ଡ଼ିଗ୍ରୀ କମିବା ସହ ଉପକୂଳ ଓଡ଼ିଶାରେ ତାପମାତ୍ରା ୨ ରୁ ୩ ଡ଼ିଗ୍ରୀ ହ୍ରାସ ପାଇବ। ଏହାସହ ଉପକୂଳ ଜିଲାଗୁଡ଼ିକରେ ଘନ କୁହୁଡ଼ି ଅନୁଭୂତ ହେବା ନେଇ ସୂଚନା ମିଳିଛି।

Comments are closed.