ଶୀତ ଚାଦରରେ ଓଡିଶା ; ଦାରିଙ୍ଗବାଡିରେ ତୁଷାରପାତ

କନ୍ଧମାଳ : ପ୍ରବଳ ଶୀତରେ ଥରୁଛି ସାରା ଓଡ଼ିଶା। ଏହାସହ କନ୍ଧମାଳ ଜିଲାରେ ଶୀତର ଅଧିକ ପ୍ରଭାବ ସହ ଦାରିଙ୍ଗବାଡିର ଅଧିକାଂଶ ଅଞ୍ଚଳରେ ତୁଷାରପାତ ଦେଖିବାକୁ ମିଳିଛି। ଦାରିଙ୍ଗବାଡିର କିଲ୍ଲାୱାଡି, କୁତୁବାଡି ଆଦି ଅଞ୍ଚଳରେ ତୁଷାରପାତ ଦେଖିବାକୁ ମିଳିଛି। ଗତକାଲି ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୪ ଡ଼ିଗ୍ରୀ ଓ ଦାରିଙ୍ଗବାଡ଼ିରେ ତାପମାତ୍ରା ୬ ଡିଗ୍ରୀ ସେଲସିୟସ ରେକର୍ଡ଼ କରାଯାଇଥିଲା।

Comments are closed.