ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କଲେ ରାଜ୍ୟ ଶିଶୁବିକାଶ ଅଧିକାରୀ

ଆରଡି: ରାଜ୍ୟ ଶିଶୁବିକାଶ ଅଧିକାରୀ ଅନୁପମା ସାହୁ ମଙ୍ଗଳବାର ଆରଡିପୀଠ ନିକଟସ୍ଥ ନାନ୍ଦପୁର ପଞ୍ଚାୟତ କୋଇଲିଖା ଭାଇବ୍ରେଟର ଅଙ୍ଗନବାଡି କେନ୍ଦ୍ରର ପରିଦର୍ଶନ କରିଛନ୍ତି। ରାଜ୍ୟ ଶିଶୁବିକାଶର ଡବ୍ଲ୍ୟୁସିଡି ଅନୁପମା ସାହୁ, ଡେପୁଟିଡାଇରେକ୍ଟର ବୈକୁଣ୍ଠ ସାମଲ ଅନ୍ୟାନ୍ୟ ଅଧିକାରୀଙ୍କ ସହ ଭଦ୍ରକ ଡିଏସଡବ୍ଲ୍ୟୁ, ଧାମନଗର, ଚାନ୍ଦବାଲି ବ୍ଲକର ସିଡିପିଓ ଅଙ୍ଗନବାଡି କେନ୍ଦ୍ରର ପରିଦର୍ଶନ କରିବା ସହ ବିଭିନ୍ନ ସମ୍ବନ୍ଧରେ ପଚାରି ବୁଝିଥିଲେ। ପରେ ଅନ୍ୟ ଅଙ୍ଗନବାଡି କେନ୍ଦ୍ର ବୁଲି ଦେଖିବା ସହ ଅଙ୍ଗନବାଡି କର୍ମୀ ଓ ଅନ୍ୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଅଧିକାରୀମାନେ ସର୍ବପ୍ରଥମେ ଆରଡିପୀଠର ବାବା ଆଖଣ୍ଡଳମଣିଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ। ପରେ ଅଧିକାରୀମାନଙ୍କୁ ସେକ୍ଟର ସୁପରଭାଇଜର ଅନୁଶୟା ସତପଥୀ, ଅଙ୍ଗନବାଡି କର୍ମୀ ମନିର୍ଭା ପ୍ରିୟଦର୍ଶନୀ ନାୟକ, ସରପଞ୍ଚଙ୍କ ପ୍ରତିନିଧି ଗଣେଷ ବିଶ୍ବାଳ, ରାଧାରାଣୀ ତ୍ରୀପାଠୀ, ଜୟନ୍ତୀ ପାଢୀ ପ୍ରମୁଖ ପୁଷ୍ପଗୁଛ ଦେଇ ସ୍ବାଗତ ଜଣାଇଥିଲେ।

Comments are closed.