ବୁଲିବୁଲି କ୍ଷମା ମାଗୁଛନ୍ତି ତୃଣମୂଳ କଂଗ୍ରେସ ଛାଡ଼ିଥିବା ଅନେକ ନେତା

ତୃଣମୂଳ କଂଗ୍ରେସ ଛାଡ଼ିଥିବା ଅନେକ ନେତା ଏବେ ପ୍ରତ୍ୟାବର୍ତ୍ତନ ପାଇଁ ଉଦ୍ୟମ ସ୍ବରୂପ ସର୍ବସାଧାରଣରେ ବୁଲିବୁଲି କ୍ଷମା ପ୍ରାର୍ଥନା କରୁଥିବା ଲକ୍ଷ୍ୟ କରାଯାଉଛି। ଦଳ ଛାଡ଼ିବା ମସ୍ତବଡ଼ ଭୁଲ୍‌ ଥିଲା; ଏଥିପାଇଁ ଆମକୁ କ୍ଷମା କରାଯାଉ ବୋଲି କିଛି ନେତା ଲିଖିତ ଭାବେ ମମତାଙ୍କୁ ଜଣାଇବା ସହ ନିର୍ବାଚନ ପ୍ରଚାର ଭଳି ସ୍ବତନ୍ତ୍ର ଗାଡ଼ିରେ ବୁଲିବୁଲି ମାଇକ୍‌ ଲଗାଇ କ୍ଷମା ପ୍ରାର୍ଥନା କରୁଥିବା ଦେଖାଯାଉଛି। ଏ ସମ୍ପର୍କିତ ପ୍ରଚାରପତ୍ର (ଲିଫ୍‌ଲେଟ୍‌) ମଧ୍ୟ ସେମାନେ ବାଣ୍ଟୁଥିବା ଦେଖାଯାଉଛି।

ନିର୍ବାଚନ ପୂର୍ବରୁ ପରେ ହିଂସାକାଣ୍ଡ ପାଇଁ ବେଶ୍‌ ଚର୍ଚ୍ଚାରେ ଥିବା ବୀରଭୂମ୍‌ର ବିଭିନ୍ନ ଗାଁ ଓ ବଜାରରେ ଏଭଳି ଗାଡ଼ି ବୁଲୁଥିବା ନଜର ଆସିଛି। କିଛି ନେତା ଧାଡ଼ି ବାନ୍ଧି ଗାଁଗାଁରେ କ୍ଷମା ମାଗୁଥିବା ଦେଖାଯାଉଛି; ଯାହାକୁ ବେଶ୍‌ କୌତୂହଳ ସୃଷ୍ଟି କରିଛି। କୌଣସି ନେତା ଏମିତି ସର୍ବସାଧାରଣରେ କ୍ଷମାପ୍ରାର୍ଥନା କରିବା ଏକ ବିରଳ ଘଟଣା ବୋଲି କୁହାଯାଉଛି। ବିଜେପି ପକ୍ଷରୁ ଭୟରେ ସମ୍ପୃକ୍ତ ନେତାମାନେ ଏଭଳି ପ୍ରଚାର କରୁଥିବା କୁହାଯାଉଛି।

Comments are closed.