ରାଜନଗର ଦେଓଗାଁରେ ୮ ମାସ ହେଲା ସୋଲାର ପାଣି ପମ୍ପ ଅଚଳ

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ରାଜନଗର ପଂଚାୟତ ଦେଓଗାଁ ଗ୍ରାମରେ ଦୀର୍ଘ ୮ ମାସ ହେଲା ସୋଲାର ପାଣିପମ୍ପ ଅଚଳ ହୋଇ ପଡିଥିବାରୁ ଏହି ପମ୍ପ ଉପରେ ନିର୍ଭର କରୁଥିବା ୨୦ ରୁ ୨୫ ପରିବାର ପାନୀୟ ଜଳ ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସୋଲାର ପମ୍ପ ମରାମତି ପାଇଁ କର୍ତୃପକ୍ଷଙ୍କୁ ବାରମ୍ବାର ଗ୍ରାମବାସୀ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିବା ଅଭିଯୋଗ ହୋଇଛି। ଯଥାଶିଘ୍ର ସୋଲାର ପମ୍ପ ମରାମତି କରାଯାଇ ପାନୀୟଜଳ ଯୋଗାଇ ଦିଆଯିବାକୁ ଗ୍ରାମବାସୀ ଦାବି କରିଛନ୍ତି।

Comments are closed.