ଦାବଯୁରୀ ଗାଁରେ ପାନୀୟ ଜଳ ସମସ୍ୟା ଉତ୍କଟ

ଘୁନସର : ଚଳିତ ବର୍ଷ ମାର୍ଚ୍ଚ ମାସ ଆରମ୍ଭ ଠାରୁ ଗ୍ରାଷ୍ମ ପ୍ରବାହ ଜାରି ରହିଥିବା ବେଳେ ବଲାଙ୍ଗୀର ଜିଲା ସଇଁନ୍ତଲା ବ୍ଲକ କରମତଲ ପଞ୍ଚାୟତ ବଯୁରୀ ଗ୍ରାମରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। ଗ୍ରାମବାସୀମାନେ ୧-୨କିଲୋମିଟର ଯାଇ ଯାଇ ନଦୀ, ନାଳ, କୂଅ ପାଣି ସଂଗ୍ରହ କରି ଘରକୁ ଫେରୁଥିବା ଦେଖିବାକୁ ମିଳିଛି। ଦାବଯୁରୀ ଗ୍ରାମରେ ୧୫୫୦ରୁ ଅଧିକ ଲୋକ ବସବାସ କରୁଥିବା ବେଳେ ପାନୀୟ ଜଳ ସୁବିଧା ପାଇଁ ୨ଟି ନଳକୂଅ ରହିଛି। ନଳକୂଅରୁ ପାଣି ଭଲ ଭାବରେ ବାହାରୁନଥିବାରୁ ବହୁଦୂରକୁ ଯାଇ ପାଣି ସଂଗ୍ରହ କରି ଶୋଷ ମେଣ୍ଟାଉଛନ୍ତି। ଦିନକୁ ପାଣି ପାଇଁ ବିଭିନ୍ନ ରୋଗରେ  ଶିକାର ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତୁରନ୍ତ ଦାବଯୁରୀ ଗ୍ରାମକୁ ଜଳ ଯୋଗାଣ କରିବା ପାଇଁ ସାଧାରଣରେ ଦାବି ହେଉଛି।

Comments are closed.