ସିଆରପିଏଫ ପକ୍ଷରୁ ଡମ୍ବଲିମା ଗାଁକୁ ଯୋଗାଇଲେ ସୁଦ୍ଧ ପାନୀୟ ଜଳ

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର ଡମ୍ବଲିମା ଗାଁକୁ  ସୁଦ୍ଧ ପାନୀୟ ଜଳ ଯୋଗାଇ ଦେଇଥିବା ଦେଖିବାକୁ ମିଳିଛି । ଉକ୍ତ ଗ୍ରାମରେ ଗ୍ରାମବାସୀ ବହୁଦିନ ଧରି ପାନୀୟ ଜଳ ସମସ୍ୟାରେ ସମ୍ମୁଖିନ ହୋଇ ରହିଥିଲେ । ଏହାକୁ ନେଇ ବିଭିନ୍ନ ଖବର କାଗଜ ରେ ପ୍ରକାଶିତ ହେବାପରେ ଆଜି ରାୟଗଡ଼ା ୪ର୍ଥ ସିଆରପିଏଫ ବାଟାଲୀୟନର କମାଣ୍ଡେଣ୍ଟ ମନୋଜ କୁମାର ଯାଦବଙ୍କ ନିର୍ଦ୍ଧେଶ କ୍ରମେ ସ୍ଥାନୀୟ ଇ୪ର୍ଥ ସିଆରପିଏଫ ବାଟାଲିୟନର ଆସିଷ୍ଟାଣ୍ଡ କମାଡେଣ୍ଟ କେ କ୍ରିଷ୍ଣା ରାଓଙ୍କ ତତ୍ତ୍ଵ।ବଧାନରେ ଯବାନ ଉପସ୍ଥିତ ରହି ଗାଁରେ ଏକ ଟ୍ୟାଙ୍କର  ଯୋଗେ ସୁଦ୍ଧ ପାନୀୟ ଜଳ ଯୋଗାଇ ଦେଇଛନ୍ତି । ଗ୍ରାମବାସୀ ମାନେ ସିଆରପିଏଫ ଯବାନଙ୍କୁ ସାଧୁବାଦ ଜଣାଇଥିଲେ । ଏହି ଗାଁରେ ସୋଲାର ପାଇପ ଥାଇ ମଧ୍ୟ ସେଠାରୁ ସ୍ୱଳ୍ପ ପାଣି ବାହାରୁ ଥିବାବେଳେ ନଳକୂପରୁ ଗୋଳିଆ ପାଣି ବାହାରୁ ଥିଲା । ଏହାକୁନେଇ ପଞ୍ଚାୟତ ଠାରୁ ବ୍ଲକ ପର୍ୟ୍ୟନ୍ତ ସମସ୍ତଙ୍କୁ ଗୁହାରି କରିଥିଲେ ସୁଦ୍ଧା କେହିହେଲେ କର୍ଣ୍ଣପାତ କରିନଥିଲେ ବୋଲି ଅଭିଯୋଗ ହୋଇଛି।  ତୁରନ୍ତ ଗାଁରେ ପାନୀୟ ଜଳ ସମସ୍ୟା ସମାଧାନ କରାନଗଲେ ଆଗାମୀ ନିର୍ବାଚନରେ ଭୋଟ ବର୍ଜନ କରିବୁ ବୋଲି ଗ୍ରାମବାସୀ କହିଛନ୍ତି ।

Comments are closed.