ପାନୀୟ ଜଳ ଯୋଗାଣ ଏମିତି, ପାଇପ ଫାଟି ବିଲରେ ପାଣି ମାଡୁଛି

ପାଟଣା : ପାଟଣା ବ୍ଲକର କେତେକ ଗ୍ରାମକୁ ପାଇପ ଯୋଗେ ପାନୀୟଜଳ ଯୋଗାଇ ଦିଆଯାଉଥିବା ବେଳେ ରାସ୍ତା କଡରେ ପାଇପ ଫାଟି ପାଣି ବିଲରେ ମାଡୁଥିବା ଦେଖାଯାଇଛି । ଶରଧାପୁର-ବାଉଁଶୁଳି ରାସ୍ତାର କଣ୍ଟିଆପଡା ନିକଟରେ ରାସ୍ତା କଡରେ ପାଇପ ଫାଟି ଦୁଇ ଦିନ ହେଲା ପାଣି ବିଲରେ ମାଡୁଥିବା ଦେଖାଯାଇଛି । ପାଇପ୍ ଫାଟିଥିବାରୁ ଗାଆଁକୁ ପାଣି ପହଞ୍ଚି ପାରୁ ନଥିବା ଅଭିଯୋଗ ହୋଇଛି। କର୍ତ୍ତୃପକ୍ଷ ସମସ୍ୟାର ଶୀଘ୍ର ସମାଧାନ କରିବାକୁ ଦାବି ହେଉଛି ।

Comments are closed.