ଇନ୍ଦ୍ରାବତୀ କେନାଲରେ ୨୦ ଫୁଟର ଘାଇ, ପାଣି ଘେରରେ ଶହ ଶହ ଏକର ଜମି

କଳାହାଣ୍ଡି : ଇନ୍ଦ୍ରାବତୀର ଦକ୍ଷିଣ ମୁଖ୍ୟ କେନାଲରେ ୨୦ଫୁଟର ଘାଇ ସୃଷ୍ଟି ହୋଇଛି। ଏହା ଫଳରେ ପଣ୍ଡି ଗ୍ରାମରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି। ଗ୍ରାମର ଶହ ଶହ ଏକର ଜମି ପାଣି ଘେରରେ ଥିବା ଯୋଗୁଁ ଚାଷୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବାର ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ଇନ୍ଦ୍ରାବତୀର ଇଞ୍ଜିନିୟରିଂ ଟିମ୍‌ ପହଞ୍ଚି ଏହି ସ୍ଥିତିର ଅନୁଧ୍ୟାନ କରୁଛନ୍ତି।

ସୂଚନାଯୋଗ୍ୟ ଯେ, ବୁଧବାର ରାତି ପ୍ରାୟ ୨ଟା ସମୟରେ ଇନ୍ଦ୍ରାବତୀର ଦକ୍ଷିଣ ମୁଖ୍ୟ କେନାଲରେ ଘାଇ ହୋଇଥିଲା। ଏହାର ଜଳ ଗ୍ରାମ ମଧ୍ୟକୁ ପଶି ଆସିଥିଲା। ଫଳରେ ଗ୍ରାମବାସୀମାନେ ରାତି ସାରା ଉଜାଗର ରହିଥିଲେ।

 

Comments are closed.