ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ସ୍କୁଲ ବ୍ୟାଗ୍ ଓ ପାଣି ବୋତଲ ବଣ୍ଟନ 

ରେଙ୍ଗାଲି :  ରେଙ୍ଗାଲି ବ୍ଲକ ଖିଣ୍ଡା  ଗ୍ରାମ ପଞ୍ଚାୟତରେ ଥିବା ଏନ୍ ଏଲ୍ ସି କମ୍ପାନୀ କୋଇଲା ଖଣିର ସିଏସଆର ପାଣ୍ଠିରୁ ଶୁକ୍ରବାର ପଞ୍ଚାୟତର ସମସ୍ତ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ରର ଛାତ୍ର ଛାତ୍ରୀଙ୍କୁ  ସ୍କୁଲ ବ୍ୟାଗ୍ ଏବଂ ପାଣି ବୋତଲ ବଣ୍ଟନ କରାଯାଇଛି । କମ୍ପାନୀର ମୁଖ୍ୟ ମହାପ୍ରବନ୍ଧକ ବି. ଅନବୁଚେଳମ୍, ମାନବ ସମ୍ବଳ ବିଭାଗ ସହକାରୀ ମହାପ୍ରବନ୍ଧକ ନୀରଜ କୁମାର, ଖିଣ୍ଡା ସରପଞ୍ଚ ସନ୍ଧ୍ୟାରାଣୀ ପଧାନ, ସମିତି ସଭ୍ୟ ଅନିତା ସିଂହଙ୍କ ଉପସ୍ଥିତିରେ ଛାତ୍ରଛାତ୍ରୀମାନଙ୍କୁ ଉପରୋକ୍ତ ଉପକରଣ ବଣ୍ଟନ କରାଯାଇଥିଲା । ଆଗାମୀ ଦିନରେ ଅନ୍ୟ ପଞ୍ଚାୟତର ଛାତ୍ର ଛାତ୍ରୀଙ୍କୁ ମଧ୍ୟ ସ୍କୁଲ ବ୍ୟାଗ୍ ଓ ପାଣି ବୋତଲ ଯୋଗାଇ ଦିଆଯିବ ବୋଲି କମ୍ପାନୀ ସୁତ୍ରରୁ ପ୍ରକାଶ।

Comments are closed.