ଜାତୀୟ ଯୁଦ୍ଧ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ

ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ନୂଆଦିଲ୍ଲୀ ସ୍ଥିତ ଜାତୀୟ ଯୁଦ୍ଧ ସ୍ମାରକୀଠାରେ କାର୍ଗିଲ ଯୁଦ୍ଧର ସହିଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଭାରତୀୟ ସେନାବାହିନୀର ଅଦମ୍ୟ ସାହସ ଓ ବୀରତ୍ୱକୁ ସେ ସମ୍ମାନ ଜଣାଇଛନ୍ତି। ଏକ ଭିଡିଓ ବାର୍ତ୍ତାରେ ଶ୍ରୀ ସିଂ କହିଛନ୍ତି କାର୍ଗିଲରେ ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ଭାରତୀୟ ସେନାବାହିନୀ ଯେଉଁ ବିଜୟ ହାସଲ କରିଥିଲା ତାହା ଅତୁଳନୀୟ।

ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଅଜୟ ଭଟ୍ଟ, ସେନାବାହିନୀ ମୁଖ୍ୟ ଜେନେରାଲ ଏମ୍‍.ଏମ୍‍. ନରବଣେ, ବିମାନ ବାହିନୀ ମୁଖ୍ୟ ମାର୍ଶାଲ ଆର୍‍.କେ. ଏସ୍‍. ଭଦୌରିଆ ଓ ନୌବାହିନୀ ମୁଖ୍ୟ ଆଡମିରାଲ ଜି. ଅଶୋକ କୁମାର ଜାତୀୟ ଯୁଦ୍ଧ ସ୍ମାରକୀଠାରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

Comments are closed.