ରାଜ୍ୟ ସୀମା ସିଲ୍‌ ପାଇଁ ରାଜପଥରେ ପାଚେରି ନିର୍ମାଣ

ହାଇଦରାବାଦ : ଆନ୍ଧ୍ରପ୍ରଦେଶ ସଂଲଗ୍ନ ସୀମାକୁ ସିଲ୍ କରିବା ଲାଗି ତାମିଲନାଡୁ ସରକାର ରାସ୍ତାରେ ପଥର ପାଚେରି ତିଆରି କରିଛନ୍ତି। ଆନ୍ଧ୍ରପ୍ରଦେଶର ଚିତ୍ତୋର ଜିଲା ସହିତ ଲାଗି ରହିଥିବା ସୀମାକୁ ସିଲ୍ କରିବା ଲାଗି ତାମିଲନାଡୁ ଭେଲୋର ଜିଲା ପ୍ରଶାସନ ରବିବାର ଦୁଇଟି ପଥର ପାଚେରି ତିଆରି କରିଛି। ଆନ୍ତଃ ରାଜ୍ୟ ଯାତାୟତକୁ ରୋକିବା ଲାଗି ଭେଲୋର ଜିଲା ପ୍ରଶାସନ ଏକପାଖିଆ ଭାବେ ଏପରି ପାଚେରି ତିଆରି କରିଛି। ଚିତ୍ତୋର ଜିଲା ପ୍ରଶାସନ ସହିତ ଏସମ୍ପର୍କରେ କୌଣସି ଯୋଗାଯୋଗ କରାଯାଇ ନାହିଁ। ୩ ଫୁଟ ଓସାର ଓ ୫ଫୁଟ ଉଚ୍ଚର ଏହି ପାଚେରି ଦୁଇଟି ସ୍ଥାନରେ ନିର୍ମାଣ କରାଯାଇଛି।

Comments are closed.