ଆୟକର ବିଭାଗ ପକ୍ଷରୁ ୱାକାଥନ

ଭୁବନେଶ୍ୱର: ଆୟକର ବିଭାଗ ପକ୍ଷରୁ ବୁଧବାର ପ୍ରାତଃ ସମୟରେ ଏଠାରେ ୱାକାଥନ ଆୟୋଜିତ ହୋଇଯାଇଛି । ଦେଶ ସ୍ୱାଧୀନତା ପ୍ରାପ୍ତିର ୭୫ ବର୍ଷ ପୂର୍ତ୍ତି ଅବସରରେ ଭାରତ ସରକାରଙ୍କ ପକ୍ଷରୁ ‘ଆଜାଦି କା ଅମୃତ ମହୋତ୍ସବ’ ପାଳନ କରାଯାଉଥିବାବେଳେ ତାହାର ଅଂଶବିଶେଷ ଭାବରେ ଏହି ୱାକାଥନ ଆୟୋଜିତ ହୋଇଥିଲା । ଆୟକର ଭବନରୁ ଆରମ୍ଭ ହୋଇଥିବା ୱାକାଥନରେ ବିଭାଗର ବହୁ ଅଧିକାରୀ ଓ କର୍ମଚାରୀ ସାମିଲ ହୋଇଥିଲେ ।

Comments are closed.