ବାଙ୍କବିହାରୀ ମନ୍ଦିରରେ ବଡ଼ ଧରଣର ଅଘଟଣ; ୨ମୃତ, ୬ ଆହତ

ନୂଆଦିଲ୍ଲୀ: ବୃନ୍ଦାବନର ବାଙ୍କବିହାରୀ ମନ୍ଦିରରେ ବଡ଼ ଧରଣର ଅଘଟଣ ଘଟିଛି । ଜନ୍ମାଷ୍ଟମୀରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ନିକଟରେ ଆଳତି ହେବା ବେ​‌ଳେ ୨ଜଣ ଭକ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ, ୬ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ ଜନ୍ମାଷ୍ଟମୀ ଥିବାରୁ ପ୍ରଭୁ ବାଙ୍କବିହାରୀଙ୍କ ମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା । ମନ୍ଦିରରେ ପ୍ରବଳ ଭକ୍ତଙ୍କ ସମାଗମ ହେତୁ ଏପରି ଦୁର୍ଘଟଣା ଘଟିଥିବା କୁହାଯାଉଛି ।

ପ୍ରତିବର୍ଷ ଜନ୍ମାଷ୍ଟମୀ ପାଇଁ ମନ୍ଦିରରେ ରାତି ୧ଟା ୫୫ ମିନିଟରେ ଆଳତି ହୋଇଥାଏ । ଆଉ ଆଳତି ଦେଖିବାକୁ ଭକ୍ତମାନଙ୍କ ସମାଗମ ମଧ୍ୟ ହୋଇଥାଏ । କିନ୍ତୁ ଚଳିତ ବର୍ଷ କ୍ଷମତା ଠାରୁ ଅଧିକ ଭକ୍ତଙ୍କ ଗହଳି ହେବାରୁ ଏପରି ଏକ ଘଟଣା ଘଟିଯାଇଛି । ଏଥିରେ ନୋଏଡା ଅଞ୍ଚଳର ଜଣେ ମହିଳା ଓ ଜବଲପୁର ଅଞ୍ଚଳର ଜଣେ ୬୫ ବର୍ଷିୟ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଦୁର୍ଘଟଣା ସମୟରେ କିଛି ପ୍ରଶାସନିକ ଅଧିକାରୀଙ୍କ ସମେତ ପୁଲିସ ଫୋର୍ସ ମଧ୍ୟ ଉପସ୍ଥିତ ଥିଲେ । ହେଲେ ଦୁର୍ଘଟଣା ଘଟିବା ପରେ ପୁଲିସ ଲୋକମାନଙ୍କୁ ମନ୍ଦିରରୁ ବାହାରକୁ ବାହାର କରିଥିଲା ।

Comments are closed.