ପଞ୍ଚାୟତକୁ ସୁଦୃଢ କରିବ ଥ୍ରୀ ‘ଏଫ’ – ଫଣ୍ଡ, ଫଙ୍କସନ ଓ ଫଙ୍କସନାରିଜ: ନାଇଡୁ

- ଯୋଜନା ଵିକେନ୍ଦ୍ରୀକରଣରେ ମୁଖ୍ୟ ଭୂମିକା ନେଇଛି ପଞ୍ଚାୟତିରାଜ ପ୍ରତିଷ୍ଠାନ

ସମାଜ ପୋର୍ଟାଲ ଡେସ୍କ: ଉପରାଷ୍ଟ୍ରପତି ଏମ ଭେଙ୍କିୟା ନାଇଡୁ ପଞ୍ଚାୟତିରାଜ ଦିବସ ଅବସରରେ ଦେଶର ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏକ ଟ୍ୱିଟ୍‍ ବାର୍ତ୍ତାରେ ନାଇଡୁ କହିଛନ୍ତି, ପଞ୍ଚାୟତିରାଜ ପ୍ରତିଷ୍ଠାନଗୁଡ଼ିକ ଦେଶରେ ଶାସନ ଓ ଯୋଜନାର ବିକେନ୍ଦ୍ରୀକରଣରେ ମୁଖ୍ୟ ଭୂମିକା ଗ୍ରହଣ କରିଆସୁଛନ୍ତି। ସେ କହିଛନ୍ତି, ଦେଶରେ ଗଣତନ୍ତ୍ରର ମୂଳଦୁଆକୁ ସୁଦୃଢ଼ କରିବାରେ ପଞ୍ଚାୟତିରାଜ ପ୍ରତିଷ୍ଠାନଗୁଡ଼ିକର ଭୂମିକା ପ୍ରଶଂସନୀୟ ରହିଛି। ସମ୍ବିଧାନର ୭୩ତମ ସଂଶୋଧନ ପରଠାରୁ ଦେଶରେ ସ୍ଥାନୀୟ ସ୍ୱାୟତ୍ତ ଶାସନ ବ୍ୟବସ୍ଥାରେ ଉଲ୍ଲେଖନୀୟ ଅଗ୍ରଗତି ପରିଲକ୍ଷିତ ହୋଇଛି। ଏ କ୍ଷେତ୍ରରେ ଆହୁରି ଅନେକ କିଛି କାର୍ୟ୍ୟ କରିବାକୁ ବାକି ରହିଛି ବୋଲି ନାଇଡୁ କହିଛନ୍ତି।

ଉପରାଷ୍ଟ୍ରପତି ଏହି ଅବସରରେ ପଂଚାୟତଗୁଡ଼ିକୁ ସମ୍ପୂର୍ଣ୍ଣ କ୍ଷମତାପନ୍ନ କରିବା ଆବଶ୍ୟକ ବୋଲି କହିବା ସହ ଏ ଦିଗରେ ରାଜ୍ୟ ସରକାରଗୁଡିକ ଶୀଘ୍ର ପଦକ୍ଷେପ ନେବା ଆବଶ୍ୟକ ବୋଲି କହିଛନ୍ତି। ସେ ତିନୋଟି ‘F’ ସମ୍ପର୍କରେ କହିଛନ୍ତି, ତାହା ହେଉଛି ଫଣ୍ଡ ବା ଅର୍ଥ, ଫଙ୍କସନ ବା କାର୍ଯ୍ୟଧାରା ଓ ଫଙ୍କସନାରିଜ ବା କାର୍ଯ୍ୟ ସହ ଜଡିତ ବ୍ୟକ୍ତି। ଏହି ତିନୋଟି ବିଷୟ ସୁଦୃଢ ହୋଇପାରିଲେ ପଂଚାୟତ ସୁଦୃଢ ହୋଇପାରିବ ବୋଲି ସେ କହିଛନ୍ତି।

Comments are closed.