ଉପରାଷ୍ଟ୍ରପତି କରୋନା ସଂକ୍ରମିତ

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ରବିବାର କରୋନା ସଂକ୍ରମିତ ହୋଇଛନ୍ତି। ଶ୍ରୀ ନାଇଡୁ ଏବେ ହାଇଦରାବାଦରେ ଅଛନ୍ତି। କରୋନା ସଂକ୍ରମିତ ହେବାରୁ ସେଠାରେ ସେ ଏକ ସପ୍ତାହ ପାଇଁ ସଙ୍ଗରୋଧରେ ରହିବେ ବୋଲି ଉପରାଷ୍ଟ୍ରପତିଙ୍କ ସଚିବାଳୟ ପକ୍ଷରୁ ଟ୍ବିଟର ମାଧ୍ୟମରେ ସୂଚନା ଦିଆଯାଇଛି। ଏହା ସହିତ ଯେଉଁମାନେ ନିକଟରେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ ସଙ୍ଗରୋଧରେ ରହିବା ସହିତ ନିଜର କୋଭିଡ ନମୁନା ପରୀକ୍ଷା କରାଇବା ଲାଗି ପରାମର୍ଶ ଦିଆଯାଇଛି। ରବିବାର ସକାଳେ ଶ୍ରୀ ନାଇଡୁ ହାଇଦରାବାଦରେ ମହାନ ସ୍ବାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ ଅବସରରେ ତାଙ୍କ ଫଟୋଚିତ୍ରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Comments are closed.