ଆସ ଆମେ ଭୋଟର ହେବା ସଚେତନତା କାର୍ଯ୍ୟକ୍ରମ

ଗୁରୁଡିଝାଟିଆ :  ଯୁବପିଢିଙ୍କୁ ଭୋଟର ଭାବରେ ନାମ ଦରଜ କରିବା ପାଇଁ କଖଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଯେଭଳି ଭାବରେ ନିଜେ ବିଦ୍ୟାର୍ଥୀମାନେ କୌଣସି ପ୍ରଯୁକ୍ତି କେନ୍ଦ୍ରକୁ ନଯାଇ ମୋବାଇଲ ସାହାଯ୍ୟରେ ନୂତନ ଭୋଟର ହେବା ପାଇଁ ନାମ ଦରଜ କରି ପାରିବେ ସେ ସଂପର୍କରେ ଟାଙ୍ଗି-ଚୌଦ୍ୱାର ଗୋଷ୍ଠୀଉନ୍ନୟନ ଅଧିକାରୀ ଅଂଶୁମାନ ମିଶ୍ର ବିଶଦ ଭାବରେ ବୁଝାଇବା ସହିତ ଜଣେ ନାଗରିକଙ୍କ କର୍ତ୍ତବ୍ୟ ଦେଶ ପାଇଁ କେତେ ମହତ୍ୱପୂର୍ଣ୍ଣ ସେ ସଂପର୍କରେ ଆଲୋକପାତ କରିଥିଲେ । କଖଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ରଞ୍ଜିତ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ୱାଗତ କୁମାର ଜେନା, ବିଏଲଓ ତ୍ରିଲୋଚନ ରାଉତ ଉପସ୍ଥିତ ବିଦ୍ୟାର୍ଥୀମାନଙ୍କୁ ନୂତନ ଭୋଟର ହେବାର ଶୈଳୀ, ରାଷ୍ଟ୍ରଗଠନରେ ଭୋଟରଙ୍କ ଭୂମିକା ସେ ସଂପର୍କରେ ଆଲୋକପାତ କରିଥିଲେ ।

Comments are closed.