ବିଜେପୁର ଉପନିର୍ବାଚନ: ଭୋଟ ଗଣତି ଆରମ୍ଭ

ବରଗଡ଼: ବରଗଡ଼ ଜିଲା ବିଜେପୁର ବିଧାନସଭା ଉପନିର୍ବାଚନ ପାଇଁ ଗୁରୁବାର ଭୋଟ ଗଣତି ଆରମ୍ଭ ହୋଇଛି। ସକାଳ ପ୍ରାୟ ୮ଟାରୁ ପ୍ରଥମ ରାଉଣ୍ଡ ଗଣତି ଚାଲିଛି। ପଦ୍ମପୁର ଆରଏମସି, ମାର୍କେଟ ୟାର୍ଡ ପରିସରରେ ଗଣତି ହେଉଛି। ୧୪ଟି ଟେବୁଲରେ ଗଣତି ଚାଲିଥିବାବେଳେ ପ୍ରଥମେ ସର୍ଭିସ ଭୋଟରଙ୍କ ଭୋଟ ଏବଂ ପୋଷ୍ଟାଲ ଭୋଟ ଗଣତି କରାଯିବ। ଗଣତି କାର୍ଯ୍ୟରେ ୧୦୩ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଗଣତି ସରିବା ପରେ ଯେକୌଣସି ୫ଟି ଭିଭିପାଟରୁ ଭୋଟ ଗଣତି କରାଯିବ।

ସୂଚନା ଯୋଗ୍ୟ, ଗତ ୨୧ ତାରିଖରେ ଏହି ବିଧାନସଭା ନିର୍ବାଚଣ୍ଡମଣ୍ଡଳୀରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ବିଜେଡି ପକ୍ଷରୁ ରୀତା ସାହୁ ପ୍ରାର୍ଥୀ ହୋଇଥିବାବେଳେ ବିଜେପିର ସନତ ଗଡ଼ତିଆ ଏବଂ କଂଗ୍ରେସର ଦିଲୀପ ପଣ୍ଡାରେ ଏଠାରେ ପ୍ରାର୍ଥୀ ହୋଇଛନ୍ତି। ଉପ ନିର୍ବାଚନରେ ୭୯.୧୭ % ମତଦାନ ହୋଇଥିଲା। ଗତ ସାଧାରଣ ନିର୍ବାଚନରେ ଏଠାରେ ୭୯% ଭୋଟ ଗ୍ରହଣ ହୋଇଥିଲା। ତେବେ ୨୦୧୮ ଉପ ନିର୍ବାଚନରେ ଏଠାରେ ମତଦାନ ହାର ୮୨% ଥିଲା।

Comments are closed.