୧୦୪ ନମ୍ବର ବୁଥରେ ଚାଲିଛି ସାନି ମତଦାନ 

ଦ୍ୱାରଶୁଣି : ମୟୁରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁଳିଅଣା ବ୍ଲକ ୧୦୪ନମ୍ବର ବୁଥରେ ରବିବାର ସାନି ମତଦାନ ଜାରି ରହିଛି । ସେଠାରେ କୁଳିଅଣା ତହସିଲଦାରକୁ ମାଜିଷ୍ଟ୍ରେଟ ଭାବେ ନିଯୁକ୍ତି କରାଯାଇଛି । ଦୁଇ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି । ଶାନ୍ତିଶୃଙ୍ଖଳା ସହ ମତଦାନ ଚାଲୁଥିଲା ବେଳେ ୮୧୫ଜଣ ଭୋଟର ନିଜର ମତଦାନ କରିବେ ବୋଲି ସୂଚନା ମିଳିଛି । ତେବେ ଗତ୨୯ରେ ନିର୍ବାଚନରେ ଇଭିମେ ତ୍ରୁଟି ଯୋଗୁଁ ସାନି ମତଦାନ ପାଇଁ ନିଷ୍ପତ୍ତି ନିଆଯାଇଥିଲା।

Comments are closed.