ଅପରାହ୍ନ ୪ଟା ସୁଦ୍ଧା ୪୬.୭୨% ମତଦାନ

ଭୁବନେଶ୍ୱର : ତୃତୀୟ ପର୍ୟ୍ୟାୟ ନିର୍ବାଚନ ପାଇଁ ମତଦାନ ଜାରି ରହିଥିବା ବେଳେ ରାଜ୍ୟରେ ମଙ୍ଗଳବାର ଅପରାହ୍ନ ୪ଟା ସୁଦ୍ଧା ୪୬.୭୨% ମତଦାନ ହୋଇଛି । ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି । ଅପରାହ୍ନ ୩ଟା ସୁଦ୍ଧା ୪୨.୬୭% ମତଦାନ ହୋଇଥିଲା । ପାଲଲହଡାରେ ୪୭ , ତାଲଚେରରେ ୪୭ , ଛେଣ୍ଡିପଦାରେ ୪୯ ଏବଂ ଆଠମଲ୍ଲିକରେ ୩୯ % ମତଦାନ ହୋଇଛି । ଅନୁଗୁଳ ଜିଲାରେ ୪୬.୨% ଭୋଟ୍ ଗ୍ରହଣ ହୋଇଛି ।

ସୂଚନାଯୋଗ୍ୟ, ଦିନ ୧ଟା ସୁଦ୍ଧା ରାଜ୍ୟରେ ୩୪% ମତଦାନ ହୋଇଥିଲା । ଭୁବନେଶ୍ବରରେ ୨୦, ପୁରୀରେ ୩୦ , ଅନୁଗୁଳ ଜିଲାରେ ୩୫ , ପାଲଲହଡାରେ ୪୨ , ତାଲଚେରରେ ୩୨ , ଛେଣ୍ଡିପଦାରେ ୩୬  ଏବଂ ଆଠମଲ୍ଲିକରେ ୨୮ % ମତଦାନ ହୋଇଥିଲା ।

ଦିନ ୧୧ଟା ସୁଦ୍ଧା ୧୮ % ଭୋଟ୍ ଗ୍ରହଣ ହୋଇଥିଲା। ସକାଳ ୬ଟା ସୁଦ୍ଧା ଅନୁଗୁଳରେ ୧୦ , ଛେଣ୍ଡିପଦାରେ ୧୦, ତାଳଚେରରେ ୧୧, ଆଠମଲ୍ଲିକରେ ୧୩  ଓ ପଲଲହଡରେ ୫ % ଭୋଟ ଗ୍ରହଣ ହୋଇଥିଲା । ସକାଳ ୯ଟା ସୁଦ୍ଧା ରାଜ୍ୟରେ ୬% ମତଦାନ ହୋଇଥିଲା ।

Comments are closed.