ଫକୀର ମୋହନ ବିଶ୍ବବିଦ୍ୟାଳୟର ନୂଆ କୁଳପତିଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ବର: ଫକୀର ମୋହନ ବିଶ୍ୱ ବିଦ୍ୟାଳୟ ନବ ନିଯୁକ୍ତ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କୁ ଭୋସ-୯୨ର ସମ୍ପାଦକ ଗଦାଧର ରଥ, ସକ୍ରିୟ ସଭ୍ୟ ହିମାଂଶୁ ଶେଖର ସ୍ୱାଇଁ, ମନୋଜ କୁମାର ରାଉତ, ମନୋଜ କୁମାର ଦେଓ ଓ ଡ଼. ସୁଧାକର ଜାଲି ପ୍ରମୁଖ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧନା କରିଛନ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟରେ ସେ ଶିକ୍ଷାଦାନ, ଗବେଷଣା ଏବଂ ପ୍ରଶାସନିକ କ୍ଷେତ୍ରରେ କାର୍ଯ୍ୟ କରି ଯେଉଁ ଅଭିଜ୍ଞତା ହାସଲ କରିଛନ୍ତି , ସେହି ଅଭିଜ୍ଞତାକୁ ପାଥେୟ କରି ଓଡ଼ିଶାର ଶିକ୍ଷା ବ୍ୟବସ୍ଥାରେ ସମୟୋପଯୋଗୀ ପଦକ୍ଷେପ ଗ୍ରହଣ କରିବେ ବୋଲି ଭୋସ କର୍ମକର୍ତ୍ତା ଆଶା ବ୍ୟକ୍ତ କରିଛନ୍ତି।

Comments are closed.