ୟଙ୍ଗଷ୍ଟାର ଦିନିକିଆ ଭଲିବଲ ପ୍ରତିଯୋଗିତା ଉଦଘାଟିତ

ପାଟଣା : ଢେଙ୍କିକୋଟ ସନ୍ନିକଟ ସାନ୍ତରାପୁର ୟଙ୍ଗଷ୍ଟାର ଯୁବକ ସଂଘ ପକ୍ଷରୁ ଏକ ଦିବସୀୟ ଭଲିବଲ ପ୍ରତିଯୋଗିତା ଆଜି ଅପରାହ୍ନରେ ଉଦଘାଟିତ ହୋଇଯାଇଛି । ଉଦଘାଟନୀ ମ୍ୟାଚରେ ଚମ୍ପୁଆ ଓ ଜାମୁଯୋଡି ସାମ୍ନାସାମ୍ନି  ହୋଇଥିବା ବେଳେ ଚମ୍ପୁଆ ବିଜୟୀ ହୋଇଛି । ଏଥିରେ ମୋଟ ଆଠଟି ଦଳ ଅଂଶ ଗ୍ରହଣ କରିଛନ୍ତି । ପ୍ରତିଯୋଗିତାକୁ ଘଟଗାଁ ତହସିଲଦାର ଜନକ କୁମାର ନାୟକ ଯୁବ ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଅଞ୍ଜନ କୁମାର ବେଜ ମିଳିତ ଭାବେ ଉଦଘାଟନ କରିଥିଲେ । ଅନ୍ୟତମ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟା ସୁମିତ୍ରା ମହାନ୍ତ, ସାନ୍ତାରାପୁର ସରପଞ୍ଚ ଅନାଦି ଚରଣ ସିଂହ, ଛାତ୍ର ବିଜୁ ଜନତା ଦଳ ଜିଲ୍ଲା ସଭାପତି ଅବିନାଶ ପଟ୍ଟନାୟକ, ଛାତ୍ର ବିଜୁ ଜନତା ସାଧାରଣ ସମ୍ପାଦକ ସୌମ୍ୟରଞ୍ଜନ ରାଉତ, ଶୁଆକାଠି ଟ୍ରକ ଆସୋସିଏସନ ସଂପାଦକ ମାନସ ରଞ୍ଜନ ବାରିକ, ଏସ କେ ତାହିର, ଏସ କେ ଇମରାନ, ସରଫରାଜ ନୱାବ ପ୍ରମୁଖ ଉଦଘାଟନୀ ଉତ୍ସବରେ ସାମିଲ ଥିଲେ । ପ୍ରତିଯୋଗିତାକୁ ରେଫରି କଳାକର ସାମଲ ସୁଦର୍ଶନ ସେଠୀ, ଗଗନ ବିହାରୀ ଓ କାହ୍ନୁଚରଣ ସାମଲ ପରିଚାଳନା କରୁଛନ୍ତି । ଦିବାରାତ୍ର ଏହି ପ୍ରତିଯୋଗିତାର ଉଦଯାପନୀ କାର୍ୟ୍ୟକ୍ରମରେ ଯୁବନେତା ଦେବାଶିଷ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ସୂଚନା ରହିଛି ।

Comments are closed.