ରାଜ୍ୟସ୍ତରୀୟ ଭଲିବଲ ପ୍ରତିଯୋଗିତା ଉଦଘାଟିତ

ପାଟଣା : ଢେଙ୍କିକୋଟ ନିକଟସ୍ଥ ସାନ୍ତରାପୁର ଠାରେ ୟଙ୍ଗ ଷ୍ଟାର ଯୁବକ ସଂଘ ପକ୍ଷରୁ ରାଜ୍ୟ ସ୍ତରୀୟ ଦିବାରାତ୍ର ଭଲିବଲ ପ୍ରତିଯୋଗିତା ରବିବାର ଅପରାହ୍ନରେ ଉଦଘାଟିତ ହୋଇଛି । ମୁଖ୍ୟ ଅତିଥି ଘଟଗାଁ ବିଡ଼ିଓ ନାରାୟଣ ସାହୁ ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ । ପ୍ରାରମ୍ଭିକ ଖେଳରେ ଓଡ଼ିଶା ପୁଲିସ ଓ ପଣ୍ଡୁଆ ମଧ୍ୟରେ ଅନୁଷ୍ଠିତ ହେଇଥିବା ବେଳେ ପ୍ରତିଯୋଗିତାରେ ଭୋଗରାଇ, ମୁସ୍କାନ, ବାଲେଶ୍ଵର ଓ ତ୍ରିବେଣୀ ଭଳି ଦଳ ଅଂଶ ଗ୍ରହଣ କରିଛନ୍ତି । ସଞ୍ଜୟ କୁମାର ସାହୁଙ୍କ ସଂଯୋଜନାରେ ଉଦଘାଟନ ଉତ୍ସବରେ ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ସାନ୍ତରାପୁର ସରପଞ୍ଚ ଅନାଦି ଚରଣ ସିଂହ, ସମିତି ସଭ୍ୟ କାର୍ତ୍ତିକ ସିଂହ, ସାମାଜିକ କର୍ମୀ ଏସ.କେ ତାହେର, ଜିଲା ଯୁବ ବିଜେଡ଼ି ଉପ ସଭାପତି ଏସ.କେ ଇମରାନ, ଫାଣ୍ଡି ଅଧିକାରୀ ଈଶ୍ୱର ଚନ୍ଦ୍ର ପ୍ରଧାନ, ଛାତ୍ର ବିଜେଡ଼ିର ଆଶିଷ ମଣ୍ଡଳ, ଟ୍ରକ୍ ମାଲିକ ସଂଘ ପୂର୍ବତନ ସମ୍ପାଦକ ପ୍ରଦୀପ ବାରିକ, ଅଧ୍ୟାପକ ପ୍ରଦୀପ କୁମାର ଦାଶ, କନିଷ୍ଠ ଯନ୍ତ୍ରୀ ପ୍ରସନ୍ନ କୁମାର ପଣ୍ଡା ପ୍ରମୁଖ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଛନ୍ତି । ରେଫରୀ ନିରଞ୍ଜନ ନାୟକ, କଳାକାର ସାମଲ, ସୁଦର୍ଶନ ସେଠୀ, ଗଗନ ପରିଡା ଓ ସୁଧାଂଶୁ ଶେଖର ଗୌଡ଼ଙ୍କ ସହ ଗଣନାକାର ଭାବେ କାହ୍ନୁଚରଣ ସାମଲ ଓ ଉଦଘୋଷକ ଭାବେ ସୁରେଶ ସାଣ୍ଡିଲ ଓ ନିଳମଣୀ ମଣ୍ଡଳ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଉଦଯାପନ କାର୍ଯ୍ୟକ୍ରମରେ ବିଧାୟକ ବଦ୍ରିନାରାୟଣ ପାତ୍ର,ଯୁବନେତା ଦେବାଶିଷ ପାତ୍ର ପ୍ରମୁଖଙ୍କ ଯୋଗଦାନ କାର୍ଯ୍ୟକ୍ରମ ଥିବାବେଳେ ଯୁବକ ସଂଘ ର ଏସ.କେ ସାହିଲ, ଟିପୁ ସୁଲତାନ ଏସ.କେ ମୁଜାଫର,ଏସ.କେ ତାଞ୍ଜିଲାଲ ଓ ୟାପସର ଖାନ୍ ପ୍ରମୁଖ ଅନ୍ୟମାନେ ପ୍ରତିଯୋଗିତା ପରିଚାଳନା କରୁଛନ୍ତି।

Comments are closed.