୫୦ ଟଙ୍କାରୁ କମ ମୂଲ୍ୟରେ ଜିଓ , ଏୟାରଟେଲ ଓ ଭୋଡାଫାନ ଆଣିଲେ ଡାଟା ସହିତ ଅସୀମିତ କଲିଂ

ନୂଆଦିଲ୍ଲୀ: ଗ୍ରାହକଙ୍କ ପାଇଣ ଜିଓ, ଏୟାରଟେଲ ଏବଂ ଭୋଡାଫୋନର ଦମଦାର ପ୍ଲାନ ଆଣିଛନ୍ତି । ଏହି ପ୍ଲାନରେ ଆପଣ ଆବଶ୍ୟକତା ଅନୁଯାୟୀ ତଥ୍ୟ ସହିତ ଅସୀମିତ କଲିଂ ସୁବିଧା ପାଇବେ । ଏହା ବ୍ୟତୀତ ଏହି ସମସ୍ତ ରିଚାର୍ଜ ପ୍ୟାକର ମୂଲ୍ୟ ୫୦ରୁ କମ୍ ରହିଛି । ତେବେ ଆସନ୍ତୁ ଏହି ପ୍ରିପେଡ୍ ପ୍ଲାନ ବିଷୟରେ ଜାଣିବା ।

ଜିଓର ୧୦ ଟଙ୍କା ପ୍ଲାନ : ଜିଓର ଏହି ପ୍ଲାନରେ ଆପଣଙ୍କୁ ୭.୪୭ ଟଙ୍କା ଟକ୍ ଟାଇମ୍ ମିଳିବ । ଏହା ସହିତ କମ୍ପାନୀ ଆପଣଙ୍କୁ  ୧ଜିବି ଡାଟା ଦେଉଛି। ଏହା ବ୍ୟତୀତ ଆପଣଙ୍କୁ ଏହି ପ୍ୟାକରେ ଅନ୍ୟ ନେଟୱାର୍କକୁ କଲ କରବିା ପାଇଁ ୧୨୪ ମିନିଟ ଦିଆଯାଇଛି ।

ଜିଓର ୨୦ ଟଙ୍କା ପ୍ଲାନ : ଜିଓର ଏହି ପ୍ୟାକରେ ଉପଭୋକ୍ତାମାନେ ୧୪.୯୫ ଟଙ୍କା ଟକ ଟାଇମ୍ ପାଇବେ । କମ୍ପାନୀ ଏହି ଯୋଜନାରେ ସମୁଦାୟ ୨ଜିବି ଡାଟା ସହ ଅନ୍ୟ ନେଟୱାର୍କକୁ କଲ କରବିା ପାଇଁ ୨୪୯ମିନିଟ କମ୍ପାନୀ ଦେଉଛି ।

ଏୟାରଟେଲର ୧୯ ଟଙ୍କା ପ୍ଲାନ : ଏହି ଯୋଜନାରେ ଆପଣ ୨୦୦ ଏମବିର ଡାଟା ପାଇବେ । ସମସ୍ତ ନେଟୱାର୍କରେ ଅସୀମିତ କଲିଂର ସୁବିଧା ପାଇବେ । ଏହି ପ୍ୟାକର ବୈଧତା ୨ ଦିନ ରହିଛି।

ଏୟାରଟେଲ ୪୮ ଟଙ୍କା ପ୍ଲାନ : ଏହି ଯୋଜନାରେ ଆପଣଙ୍କୁ କଲ୍ ପାଇଁ ୩୮.୪୨ ଟଙ୍କା ଟକ୍ ଟାଇମ୍ ଦିଆଯିବ। ଏହା ସହିତ ଆପଣ ଏହି ପ୍ୟାକରେ ୧୦୦ ଏମବିର ଡାଟା ପାଇବେ।

ଭୋଡାଫୋନର ୧୯ ଟଙ୍କା ପ୍ଲାନ : ଭୋଡାଫୋନର ଏହି ପ୍ଲାନରେ ଆପଣ ୨୦୦ ଏମବିର ଡାଟା ପାଇବେ । ଏହା ସହିତ ଆପଣ ଯେକୌଣସି ନେଟୱାର୍କରେ ଅସୀମିତ କଲିଂ କରିବାକୁ ସମର୍ଥ ହେବେ। ଏହା ବ୍ୟତୀତ କମ୍ପାନୀ ଆପଣଙ୍କୁ ଭୋଡାଫୋନ୍ ପ୍ଲେ ଏବଂ ଜି ୫ ଆପର ସବସ୍କ୍ରିପସନ୍ ଦେବ। ଏହି ପ୍ୟାକର ବୈଧତା ୨ ଦିନ ଅଟେ।

Comments are closed.