ଗ୍ରାହକଙ୍କ ପାଇଁ ଭୋଡାଫୋନ-ଆଇଡିଆର ନୂତନ ପ୍ଲାନ

ନୂଆଦିଲ୍ଲୀ: କରୋନା ସମୟରେ ନିଜ ଘରେ ସମସ୍ତ ଅଧିକ ସମୟ ବିତାଉଛନ୍ତି। କେହି କେହି ମଧ୍ୟ ଘରୁ କାମ କରୁଛନ୍ତି ଓ ଛାତ୍ରଛାତ୍ରୀମାନେ ଅନଲାଇନ୍ କ୍ଲାସ୍ ମଧ୍ୟ କରୁଛନ୍ତି। ଏଥି ପାଇଁ ମୋବାଇଲ ଡାଟାର ଆବଶ୍ୟକ ଅଧିକ ରହିଛି। ଏପରି ପରିସ୍ଥିତିରେ ଭୋଡାଫୋନ୍- ଆଇଡିଆ ନୂତନ ପ୍ଲାନ ଆଣିଛନ୍ତି। ଆପଣଙ୍କୁ ଭୋଡାଫୋନ୍-ଆଇଡିଆର ଏହିପରି ତିନୋଟି ପ୍ରିପେଡ୍ ଯୋଜନା ବିଷୟରେ କହିବାକୁ ଯାଉଛୁ, ଯେଉଁଥିରେ ଆପଣ ପ୍ରତିଦିନ ୨ ଜିବି ଡାଟା ବ୍ୟବହାର କରିବାକୁ ପାଇବେ। ଏହାସହ ଗ୍ରାହକମାନେ  ସମସ୍ତ ନେଟୱାର୍କକୁ ଅସୀମିତ ମାଗଣା ଭଏସ୍ କଲିଂ କରିପାରିବେ।

୨୯୯ ଟଙ୍କା ପ୍ଲାନ: ଏହି ଯୋଜନାର ବୈଧତା ୨୮ ଦିନ ଅଟେ। ଏଥିରେ ସମୁଦାୟ ୫୬ ଜିବି ଡାଟା ଯୋଗାଇ ଦିଆଯାଉଛି। ଯେଉଁଥିରେ ଗ୍ରାହକମାନେ ପ୍ରତିଦିନ ୨ ଜିବି ଡାଟା ବ୍ୟବହାର କରିପାରିବେ। ଏହା ବ୍ୟତୀତ, ଆପଣ ଏହି ଯୋଜନାରେ ପ୍ରତିଦିନ ୧୦୦ ଟି ଏସଏମଏସ ପାଇବେ । ଗ୍ରାହକମାନେ ସମସ୍ତ ନେଟୱାର୍କକୁ ଅସୀମିତ ଭଏସ୍ କଲ୍ କରିପାରିବେ।

୪୯୯ ଟଙ୍କା ପ୍ଲାନ: ଏହି ଯୋଜନାରେ କମ୍ପାନୀ ଦ୍ୱାରା ସମୁଦାୟ ୧୧୨ ଜିବି ଡାଟା ଯୋଗାଇ ଦିଆଯାଉଛି। ଯେଉଁଥିରେ ଉପଭୋକ୍ତାମାନେ ପ୍ରତିଦିନ ୨ଜିବି ଡାଟା ବ୍ୟବହାର କରିପାରିବେ। ଏହା ବ୍ୟତୀତ, ଆପଣ ଏହି ଯୋଜନାରେ ପ୍ରତିଦିନ ୧୦୦ ଟି ଏସଏମଏସ ପାଇବେ। ଏହି ଯୋଜନାରେ, ଗ୍ରାହକମାନେ ସମସ୍ତ ନେଟୱାର୍କରେ ଅସୀମିତ ଭଏସ୍ କଲିଂ କରିପାରିବେ। ଏହି ପ୍ଲାନର ବୈଧତା ୨୮ଦିନ ଅଟେ ।

୬୯୯ ଟଙ୍କା ପ୍ଲାନ: ଯଦି ଆପଣ ପ୍ରତି ମାସରେ ରିଚାର୍ଜ କରିବାର ଟେନସନରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି, ତେବେ ଭୋଡାଫୋନ୍ ୬୯୯ ଟଙ୍କା ପ୍ଲାନ ଆପଣଙ୍କ ପାଇଁ ଏକ ଉତ୍ତମ ବିକଳ୍ପ ଅଟେ। ଏହି ଯୋଜନାର ବୈଧତା ୮୪ ଦିନ ଅଟେ। ଏହି ଯୋଜନାରେ କମ୍ପାନୀ ଦ୍ୱାରା ସମୁଦାୟ ୧୬୮ ଜିବି ଡାଟା ଯୋଗାଇ ଦିଆଯାଉଛି। ଭୋଡାଫୋନର ଏହି ପ୍ଲାନରେ ଗ୍ରାହକମାନେ ପ୍ରତିଦିନ ୨ଜିବିର ହାଇ ସ୍ପିଡ୍ ଡାଟା ବ୍ୟବହାର କରିବାକୁ ପାଇବେ। ଏହା ବ୍ୟତୀତ, ଆପଣ ଏହି ପ୍ଲାନରେ ପ୍ରତିଦିନ ୧୦୦ଟି ଏସଏମଏସର ସୁବିଧା ମିଳିବ। ଗ୍ରାହକମାନେ ମଧ୍ୟ ଯେ କୌଣସି ନେଟୱାର୍କରେ ଅସୀମିତ ଭଏସ୍ କଲିଂ କରିପାରିବେ ।

Comments are closed.