ଧନ୍ଦାମୂଳକ ଶିକ୍ଷା ପର୍ଯ୍ୟଟନ ବିଭାଗର ପରିଦର୍ଶନ

କଣ୍ଟାବାଞ୍ଜି : ସ୍ଥାନୀୟ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ଧନ୍ଦାମୂଳକ ଶିକ୍ଷା ପର୍ଯ୍ୟଟନ ବିଭାଗର ଅଧ୍ୟୟନରତ ନବମ ଓ ଦଶମ ଶ୍ରେଣୀର ଛାତ୍ର ମାନଙ୍କୁ ନେଇ ସ୍କୁଲ ପକ୍ଷରୁ ବନମାଳୀ ହୋଟେଲର ବିଭିନ୍ନ ବିଭାଗ ପରିଦର୍ଶନ କରାଇଥିଲେ।  ଏହି ପରିଦର୍ଶନରେ ବିଦ୍ୟାଳୟର ଭୋକେସନାଲ ପ୍ରଶିକ୍ଷିକା କୁମାରୀ ରୁବୀ ବାଗ ଓ ସହକାରୀ ଶିକ୍ଷକ କୃପାସିନ୍ଧୁ ସା’ଙ୍କ ତତ୍ତ୍ଵାବଧାନରେ ୩୦ଜଣ ଛାତ୍ର ଭାଗ ନେଇଥିଲେ। ବନମାଳୀ ହୋଟେଲର ଜେନେରାଲ ମ୍ୟାନେଜର ସୁବାଷ ଚନ୍ଦ୍ର ପଣ୍ଡା ଓ କ୍ୟାପଟେନ କ୍ରିଷ୍ଣା ନନ୍ଦ ବିଭିନ୍ନ ବିଭାଗ ପରିଦର୍ଶନରେ ସାହାଯ୍ୟ କରିଥିଲେ। ବାବଲୁ ମୋହନ ପୁଜାରୀ ଓ ଦେବାଶିଷ  ମଣ୍ଡଳ ଏଵଂ ଅନ୍ୟ ସହକାରୀ କର୍ମଚାରୀ ମାନେ ବିଭିନ୍ନ ବିଭାଗର ଆବଶ୍ୟକତ। ଉପଯୋଗୀ ପ୍ର।କଟିକ।ଲ୍, ନାମକରଣ ବିଷୟରେ ବିଶଦ ଭାବରେ ବୁଝାଇଥିଲେ। ଛାତ୍ର ମାନେ ଏହି ପରିଦର୍ଶନକୁ ଉପଭୋଗ କରିବା ସହ ଶିକ୍ଷାର ଗୁଣାତ୍ମକ ମାନ ଓ ଦକ୍ଷତା ବିକାଶ ପାଇଁ କିପରି ସହାୟକ ହୁଏ ଉପଲବ୍ଧି କରିଥିଲେ ।

Comments are closed.