ଡିସେମ୍ବର ୬ରେ ପୁତିନଙ୍କ ଭାରତ ଗସ୍ତ

ନୂଆଦିଲ୍ଲୀ : ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଆସନ୍ତା ଡିସେମ୍ବର ୬ ତାରିଖରେ ଭାରତ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଭାରତ-ରୁଷ୍‌ରେ ହେବାକୁ ଥିବା ଶିଖର ସମ୍ମିଳନୀରେ ଯୋଗଦେବାକୁ ପୁତିନ ଦିନକ ପାଇଁ ନୂଆଦିଲ୍ଲୀ ଗସ୍ତରେ ଆସିବେ। ଚଳିତ ବର୍ଷ ଶେଷ ଆଡକୁ ରୁଷ୍‌ ନିର୍ମିତ ଆକାଶ ମାର୍ଗ ସୁରକ୍ଷା ନିମନ୍ତେ ଉଦ୍ଦିଷ୍ଟ ଏସ୍-୪୦୦ ଭାରତକୁ ମିଳିବାକୁ ଥିବାବେଳେ ପୁତିନଙ୍କ ଗସ୍ତ ଗୁରୁତ୍ବପୂର୍ଣ୍ଣ ମନେ ହୋଇଛି। ୨୦୧୮ରେ ପୁତିନ ଭାରତ ଗସ୍ତରେ ଆସିଥିବାବେଳେ ଏସ୍-୪୦୦ କ୍ଷେପଣାସ୍ତ୍ର ଯୋଗାଇ ଦେବାକୁ ବୁଝମଣା ହୋଇଥିଲା।

Comments are closed.