ବଜାର ପ୍ରବେଶ କଲା ଭିଭୋ ‘ଜେଡ୍-୬ ୫ଜି’

ନୂଆଦିଲ୍ଲୀ :  ଭିଭୋ ମୋବାଇଲ ଫୋନ ଜେଡ ସିରିଜର ଏକ ନୂଆ ଫୋନ ‘ଜେଡ-୬ ୫ଜି’  ଚିନ ବଜାରରେ ଶୁକ୍ରବାର ପ୍ରବେଶ କରିଛି ।ଏହି ମୋବାଇଲ ଫୋନରେ ୪ଟି କ୍ୟାମେରା ସହ ଜବରଦସ୍ତ ପ୍ରୋସେସର ଦିଆଯାଇଛି। ଏହି ଫୋନରେ କୁଲିଂ ବ୍ୟବସ୍ଥା ଦିଆଯାଇଛି । ଯାହଫଳରେ ଗେମ ଖେଳିବା ବେଳେ ମୋବାଇଲଟି  ଗରମ ହେବ ନାହିଁ।

୬ ଜିବି ରାମ ୧୨୮ ଜିବି ଷ୍ଟୋରେଜ ଦିଆଯାଇଥିବା ବେଳେ ଅନ୍ୟଟି ୮ଜିବି ରାମ ସହ ୧୨୮ ଜିବିର ଷ୍ଟୋରେଜ ଦିଆଯାଇଛି। ପ୍ରଥମଟିର ମୂଲ୍ୟ ୨୨ ହଜାର ହୋଇଥିବା ବେଳେ ଦ୍ବିତୀୟଟିର ୨୬ ହଜାର ଟଙ୍କା ରହିଛି। ଏହି ମୋବାଇଲ ଫୋନର ଆଗୁଆ ବୁକିଂ ୨୯ ଫେବୃଆରୀ ( ଶନିବାର) ଠାରୁ ଆରମ୍ଭ ହୋଇଯିବ ।

ଏହି ମୋବାଇଲ ଫୋନରେ ୬.୫୭ ଇଞ୍ଚର ଡିସପ୍ଲେ ଦିଆଯାଇଛି। ଏହି ଡିସପ୍ଲେର ରିଜୋଲ୍ୟୁସନ ୧୦୮୦ x ୨୪୦୦ ରହିଥିବା ବେଳେ ଫୋନଟିରେ ୭୬୫ଜିର କ୍ବାଲକାମ ସ୍ନାପଡ୍ରାଗନ ପ୍ରୋସେସର ମଧ୍ୟ ରହିଛି।। ଏହି ଫୋନରେ ଆଣ୍ଡ୍ରୋଏଡ -୧୦ ଦିଆଯାଇଛି।

‘ଭିଭୋ ଜେଡ-୬ ୫ଜି’ ମୋବାଇଲ ଫୋନଟିରେ ୪ ଟି କ୍ୟାମେରା ଦିଆଯାଇଛି। ପ୍ରଥମଟି ୪୮ ମେଗାପିକ୍ସେଲ, ଦ୍ବିତୀୟଟି ୮ ମେଗାପିକ୍ସେଲ, ତୃତୀୟ ଓ ଚତୁର୍ଥଟିରେ ୨ ମେଗାପିକ୍ସେଲ ର କ୍ୟାମେରା ଦିଆଯାଇଛି। ଏହା ସହ ସେଲଫି କ୍ୟାମେରା ୧୬ ମେଗାପିକ୍ସେଲ ଦିଆଯାଇଛି।

Comments are closed.