ଭାରତୀୟ ବଜାରକୁ ଆସିଲା ଭିଭୋ ଏସ୍-୧ ପ୍ରୋ : ମିଳିବ ଡାଏମଣ୍ଡ ଶେପ କ୍ୟାମେରା

ନୂଆଦିଲ୍ଲୀ : ଭିଭୋ ଭାରତୀୟ ବଜାରରେ ତାର ନୂଆ ସ୍ମାର୍ଟଫୋନ ଏସ୍-୧ପ୍ରୋର ବଜାର ପ୍ରବେଶ କରିଛି। ଭିଭୋର ଏହି ଫୋନ ଏସ୍-୧ପ୍ରୋରେ ପଛପଟେ ଡାଏମଣ୍ଡ ଆକାରରେ ଡିଜାଇନ ଦିଆଯାଇଛି। ଗତବର୍ଷ ଅଗଷ୍ଟ ମାସରେ ଭିଭୋ ପକ୍ଷରୁ ଭିଭୋ ଏସ୍-୧ର ବଜାର ପ୍ରବେଶ କରାଯାଇଥିଲା।

pic courtesy-moneybhashkar

ଭିଭୋ ଏସ୍-୧ପ୍ରୋ ସ୍ମାର୍ଟଫୋନର ମୂଲ୍ୟ ୧୯ହଜାର ୯୯୦ଟଙ୍କା ରଖାଯାଇଛି। ଆସନ୍ତାକାଲି ଠାରୁ ଅନଲାଇନ ଷ୍ଟୋର ଆମାଜନ, ଫ୍ଲିପକାର୍ଟ ଏବଂ ଭିଭୋ ୱେବସାଇଟରେ ଏହି ଫୋନ ଉପଲବ୍ଧ ହେବ। ଏହି ଫୋନରେ ଜିଓ ତରଫରୁ ୧୨ହଜାର ଟଙ୍କାର ଅଫର ମିଳିବ ବୋଲି ସୂଚନା ମିଳିଛି।

pic courtesy-stufly

ଭିଭୋ ଏସ୍-୧ପ୍ରୋର ବିଶେଷତ୍ବ ବାବଦରେ କହିଲେ ଏଥିରେ ୬.୩୮ଇଞ୍ଚର ସୁପର ଏମୋଲେଡ ଫୁଲ ଏଚଡି ପ୍ଲସ ଡିସପ୍ଲେ ରହିଛି। ଯାହାର ରିଜୋଲ୍ୟୁସନ୍ ୧୦୮୦/୨୩୪୦ପିକ୍ସଲ ରହିଛି। ଏହାବ୍ୟତୀତ ଏହି ଫୋନରେ ଇନ ଡିସପ୍ଲେ ଟିପଚିହ୍ନ ସେନସର ଓ କ୍ବାଲାକମର ସ୍ନାପଡ଼୍ରାଗନ ୬୬୫ପ୍ରୋସେସର ଦିଆଯାଇଛି। ଏଥିରେ ୮ଜିବି ରାମ ସହିତ ୧୨୮ଜିବି ଷ୍ଟୋରେଜ ମିଳିବ।
ଏଥିରେ ଚାରୋଟି ରିଅର କ୍ୟାମେରା ଦିଆଯାଇଛି। ଏହାର ମୁଖ୍ୟ କ୍ୟାମେରାଟି ୪୮ମେଗାପିକ୍ସେଲ ରହିଛି। ସେହିଭଳି ଦ୍ବିତୀୟ କ୍ୟାମେରା ୮ମେଗାପିକ୍ସେଲର ୱାଇଣ୍ଡ ଆଙ୍ଗଲ, ତୃତୀୟ କ୍ୟାମେରା ୨ମେଗାପିକ୍ସେଲର ମାଇକ୍ରୋ ଏବଂ ଚତୁର୍ଥଟି ୨ମେଗାପିକ୍ସେଲର ଡେଥ୍ପ ଲେନ୍ସ ଦିଆଯାଇଛି।

pic courtesy-firstpost

ଏହି ଫୋନରେ ଟାଇପ-ସି ଏବଂ ୧୮ୱାଟ ଫାଷ୍ଟ ଚାର୍ଜିଙ୍ଗକୁ ସପୋର୍ଟ କଲା ଭଳି ୪୫୦୦ଏମଏଚ୍ ବ୍ୟାଟେରୀ ରହିଛି। ଫୋନ ସହିତ ଇଅରଫୋନ ଓ କଭର ମାଗଣାରେ ପାଇପାରିବେ। ଏହାବ୍ୟତୀତ ଫୋନରେ ୪ଜି ଭୋଲଟିଇ ଓ ୩.୫ଏମ୍ଏମର ହେଡଫୋନ ଜ୍ୟାକ ମିଳିବ।

Comments are closed.