ଭିଟାମିନ୍ ଡି’ ଅଭାବ ଦୂର କରୁଥିବା ଖାଦ୍ୟ

ନିକଟରେ ହୋଇଥିବା ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଭାରତରେ ୬୫% ଲୋକ ଭିଟାମିନ୍ ଡି’ଅଭାବଜନିତ ରୋଗରେ ଆକ୍ରାନ୍ତ। ଏମାନେ ସମ୍ଭ୍ରାନ୍ତ ତଥା ଧନିକ ବର୍ଗର ଲୋକ ଅଟନ୍ତି। ଦିନରାତି ଶୀତତାପନିୟନ୍ତ୍ରିତ କକ୍ଷରେ ରହିବା ସହ ବିଦେଶୀ ଖାଦ୍ୟ ଓ ସୂର୍ଯ୍ୟକିରଣ ଶରୀର ସ୍ପର୍ଶ ନ କରିବା କାରଣରୁ ଭିଟାମିନ୍ ଡି’ ଅଭାବ ଉପୁଜିଥାଏ।

» ଭିଟାମିନ୍ ଡି’ର ଖୋରାକ୍ ପାଇବା ନିମନ୍ତେ ନିଜ ଖାଦ୍ୟପାନୀୟର ଏକ ତାଲିକା ପ୍ରସ୍ତୁତ କରିବା ଜରୁରୀ। ପ୍ରତ୍ୟହ ନିଜ ଡାଏଟ୍‌ରେ ଟୁନା ମାଛକୁ ସାମିଲ କରନ୍ତୁ। ଆଜିକାଲି ଏହି ମାଛ ଭାରତୀୟ ବଜାରରେ ସହଜରେ ମିଳୁଛି। ସପ୍ତାହରେ ଅନ୍ତତଃ ୨-୩ଥର ଟୁନା ମାଛ ବ୍ୟଞ୍ଜନ ନିଜ ଭୋଜନରେ ସାମିଲ କଲେ ଲାଭ ମିଳିଥାଏ।
» ଚିକେନ୍, ଅଣ୍ଡା, ଛତୁ, ସୋରିଷ ତେଲ ରନ୍ଧା ଖାଦ୍ୟ ଖାଇଲେ ମଧ୍ୟ ଶରୀରକୁ ଭିଟାମିନ୍ ଡି’ ପର୍ଯ୍ୟାପ୍ତ ପରିମାଣରେ ମିଳେ ବୋଲି ଖାଦ୍ୟ ବିଶେଷଜ୍ଞଙ୍କ ମତ।
» ସବୁଜ ବିନ୍ସର ସାଲାଡ୍ ହେଉ କିମ୍ବା ଭଜା , ଏହାକୁ ମଧ୍ୟ ନିଜ ଭୋଜନରେ ସାମିଲ କରନ୍ତୁ। ଭିଟାମିନ୍ ଡି’ର ଏହା ଏକ ଉତ୍ତମ ସ୍ରୋତ ବୋଲି ଜଣାପଡ଼ିଛି।
» ଆଭାକାଡୋ, ଏଇ ବିଦେଶୀ ଫଳ ଏବେ ଭାରତୀୟ ଫୁଡ୍ ବଜାର୍‌ରେ ମିଳୁଛି। ଭିଟାମିନ୍ ଡି’ ପୋଷକତତ୍ତ୍ବ ଏହି ଫଳରେ ପ୍ରଚୁର ପରିମାଣରେ ଥିବାରୁ ତାହା ଖାଇଲେ ମଧ୍ୟ ସ୍ବାସ୍ଥ୍ୟ ଉପରେ ଉତ୍ତମ ପ୍ରଭାବ ପଡ଼େ।

Comments are closed.