ବେଗୁନିଆରେ ବିଶ୍ୱଶାନ୍ତି ରୁଦ୍ର ମହାଯଜ୍ଞ

ବେଗୁନିଆ : ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବେଗୁନିଆରେ ଅବସ୍ଥିତ ଶ୍ରୀ ଶ୍ରୀ ବାଲୁଙ୍କେଶ୍ୱର ଦେବଙ୍କ ପୀଠରେ ୪ ଦିନ ବ୍ୟାପୀ ଦ୍ୱିତୀୟ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ବିଶ୍ୱବାସୀଙ୍କ କଲ୍ୟାଣ ଏବଂ ଲୋକମାନଙ୍କୁ ଦୁଃଖ, ରୋଗ ଓ ଦୁର୍ବିପାକରୁ ରକ୍ଷା କରି ସମସ୍ତଙ୍କର ମାନସିକ ପୂର୍ଣ୍ଣ ନିମନ୍ତେ ଏହି ଯଜ୍ଞର ଆୟୋଜନ କରାଯାଇଥିଲା। ଗତ ୧୧ ତାରିଖଠାରୁ ଆରମ୍ଭ ହୋଇଥିବା ଯଜ୍ଞ ପ୍ରଥମ ଦିନରେ ଅଙ୍କୁରାରୋପଣ, ୧୨ ତାରିଖରେ ଅଧିବାସ, ଜଳଯାତ୍ରା, ସୂର୍ଯ୍ୟପୂଜା, ଗୋପୂଜା, ରୁଦ୍ରାଭିଷେକ, ଅଗ୍ନିସ୍ଥାପନ ଓ ଆହୁତି ପ୍ରଦାନ। ୧୩ତାରିଖରେ ରୁଦ୍ରାଭିଷେକ, ରୁଦ୍ରଷୋଡଶ ଉପଚାର ଏବଂ ୧୪ ତାରିଖରେ ସୂର୍ଯ୍ୟପୂଜା, ଗୋପୂଜା, ଅଭିଷେକ, ଶିବପୂଜା ଚଣ୍ଡୀ ଆହୁତି, ପୂର୍ଣ୍ଣାହୁତି ଓ କଳସ ବିସର୍ଜନ କରାଯାଇଥିଲା। ପୂର୍ଣ୍ଣାହୁତି ପରେ ପ୍ରସାଦ ସେବନ କରାଯାଇଥିଲା।

Comments are closed.