ରିଲାଏନ୍ସ ଜିଓର ୨.୩୨% ଅଂଶଧନ କିଣିଲା ଭିଷ୍ଟା ଇକ୍ବିଟି ପାର୍ଟନର୍ସ

ନୂଆଦିଲ୍ଲୀ: ଫେସବୁକ୍ ଏବଂ ସିଲଭର ଲେକ୍ ପରେ ଆମେରିକାର ଘରୋଇ କମ୍ପାନୀ ଭିଷ୍ଟା ଇକ୍ବିଟି ପାର୍ଟନର୍ସ ୩ୟ କମ୍ପାନୀ ଭାବେ ରିଲାଏନ୍ସ ଜିଓ ପ୍ଲାଟଫର୍ମ୍ସରେ ଅଂଶଧନ କିଣିଛି। ଏହି କମ୍ପାନୀ ମୁକେଶ ଆମ୍ବାନୀଙ୍କ ରିଲାଏନ୍ସ ଜିଓର ୨.୩୨% ଅଂଶଧନ କିଣିଥିବା ସୂଚନା ମିଳିଛି। ଏଥିପାଇଁ ଭିଷ୍ଟା ଇକ୍ବିଟି ପକ୍ଷରୁ ୧୧ ହଜାର ୩୬୭ କୋଟି ଟଙ୍କା ନିବେଶ କରାଯିବ। ଫଳରେ ଜିଓ ପ୍ଲାଟଫର୍ମ ସହିତ ଇକ୍ୱିଟି ମୂଲ୍ୟ ୪.୯୧ ଲକ୍ଷ କୋଟି ଏବଂ ଏଣ୍ଟରପ୍ରାଇଜ୍ ମୂଲ୍ୟ ୫.୧୬ ଲକ୍ଷ କୋଟିରେ ପହଞ୍ଚିଥିବା ଶୁକ୍ରବାର ରିଲାଏନ୍ସ ପକ୍ଷରୁ ଏକ ବିବୃତିରେ କୁହାଯାଇଛି।
ଭିଷ୍ଟାର ଅଧ୍ୟକ୍ଷ ତଥା ସିଇଓ ରବର୍ଟ ଏଫ ସ୍ମିଥ କହିଛନ୍ତି, ଆମେ ଡିଜିଟାଲ ସୋସାଇଟିର ଶକ୍ତି ଉପରେ ବିଶ୍ଵାସ କରୁଛୁ, ଯାହାକୁ ଭାରତରେ ଜିଓ ନିର୍ମାଣ କରୁଛି। ଆମେ ଭାରତରେ କନେକ୍ଟିଭିଟିକୁ ବୃଦ୍ଧି କରିବା ଲାଗି ଜିଓ ପ୍ଲାଟଫର୍ମ ସହିତ ମିଶି କାମ କରିବାକୁ ବହୁତ ଉତ୍ସାହିତ ଅଛୁ।