ରାଜ୍ୟରେ ହ୍ରାସ ଦୈନିକ ସଂକ୍ରମଣ ; ନୂଆ ଆକ୍ରାନ୍ତ ୩୪୨

ଭୁବନେଶ୍ୱର : ରାଜ୍ୟରେ ଧିରେ ଧିରେ ହ୍ରାସ ପାଉଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ୨୪ ଘଣ୍ଟାରେ ଆଉ ୩୪୨ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଶୂନ୍ୟରୁ ୧୮ ବର୍ଷ ମଧ୍ୟରେ ୮୩, ସଙ୍ଗରୋଧରୁ ୧୯୬,ସ୍ଥାନୀୟ ୧୪୬।ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୩,୬୩୯ରେ ପହଞ୍ଚିଛି। ୧୨,୭୦,୨୨୧ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୪,୩୨୦ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।


୩୦ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳରୁ ୧୨, ବାଲେଶ୍ୱର ୧୪,ବରଗଡ ୯, ଭଦ୍ରକ ୫, ବଲାଙ୍ଗୀର ୨, ବୌଦ୍ଧ ୧୦, କଟକ ୨୦, ଦେଓଗଡ ୪, ଢେଙ୍କାନାଳ ୧, ଗଜପତି ୨୯, ଗଞ୍ଜାମ ୫, ଜଗତସିଂହପୁର ୮, ଯାଜପୁର ୨୦, ଝାରସୁଗୁଡା ୧୩, କଳାହାଣ୍ଡି ୫, କନ୍ଧମାଳ ୩,କେନ୍ଦ୍ରାପଡା ୧୬, କେନ୍ଦୁଝର ୨, ଖୋର୍ଦ୍ଧା ୩୨, କୋରାପୁଟ ୯, ମାଲକାନଗିରି ୨, ମୟୁରଭଞ୍ଜ ୧୪, ନବରଙ୍ଗପୁର ୩, ନୟାଗଡ ୯, ନୂଆପଡା ୫, ପୁରୀ ୩, ରାୟଗଡା ୧୪, ସମ୍ବଲପୁର ୨୪, ସୋନପୁର ୩, ସୁନ୍ଦରଗଡ ୩୯, ଷ୍ଟେଟପୁଲରୁ ୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comments are closed.