ଏବେ ମଇଦାନରେ ହଇଚଇ ସୃଷ୍ଟି କରିବେ ସେହୱାଗଙ୍କ ପୁଅ; ଏହି ଟିମ୍ରେ ହେଲେ ସାମିଲ

ନୂଆଦିଲ୍ଲୀ: ନିଜ ବ୍ୟାଟିଂରେ ସମସ୍ତଙ୍କୁ ପ୍ରଭାବିତ କରୁଥିବା ଓ ବିପକ୍ଷ ଦଳକୁ ନାକେଦମ୍ କରୁଥିବା ବିରେନ୍ଦ୍ର ସେହୱାଗଙ୍କ ପାଇଁ ସବୁ କ୍ରିକେଟପ୍ରେମୀ ପାଗଳ। ଟେଷ୍ଟ କ୍ରିକେଟରେ ବି ୱନଡେ ଷ୍ଟାଇଲ ବ୍ୟାଟିଂ ଓ ପ୍ରଥମ ବଲ୍ରୁ ହିଁ ବୋଲରଙ୍କୁ ଆକ୍ରମଣ କରିବା ସେହୱାଗଙ୍କୁ ଜଣେ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଭାବେ ପରିଚିତ କରିଛି। ତେବେ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର। ବିରେନ୍ଦ୍ର ସେହୱାଗଙ୍କ ପୁଅ ଏବେ ପ୍ରୋଫେସନାଲ୍ କ୍ରିକେଟରେ ପାଦ ଥାପିଛନ୍ତି।
ବିସିସିଆଇ ଦ୍ୱାରା ଆୟୋଜିତ ୧୬ ବର୍ଷରୁ କମ୍ ବିଜୟ ମର୍ଚ୍ଚାଣ୍ଟ ଟ୍ରଫି ପାଇଁ ବିରେନ୍ଦ୍ର ସେହୱାଗଙ୍କ ପୁଅ ଆର୍ଯ୍ୟବୀର ସେହୱାଗ ଦିଲ୍ଲୀ ଟିମ୍ରେ ସ୍ଥାନ ପାଇଛନ୍ତି। ୧୫ ବର୍ଷୀୟ ଆର୍ଯ୍ୟବୀର ଏବେ କ୍ରିକେଟ ଦୁନିଆରେ ହଇଚଇ ସୃଷ୍ଟି କରିବାକୁ ପ୍ରସ୍ତୁତ। ଦିଲ୍ଲୀ ଦଳ ବର୍ତ୍ତମାନ ବିହାର ବିପକ୍ଷରେ ମ୍ୟାଚ୍ ଖେଳୁଛି, ତେବେ ଏହି ମ୍ୟାଚରେ ଆର୍ଯ୍ୟବୀରଙ୍କୁ ପ୍ଲେଇଙ୍ଗ୍-୧୧ରେ ସାମିଲ କରାଯାଇ ନାହିଁ। କିନ୍ତୁ ବଡ଼ ସ୍ତରରେ ତାଙ୍କର ଏଣ୍ଟ୍ରି ହୋଇସାରିଛି। ତେଣୁ ପ୍ରଶଂସକ ପୁଣିଥରେ ମଇଦାନରେ ବିରେନ୍ଦ୍ର ସେହୱାଗଙ୍କ ଝଲକ୍ ଦେଖିପାରିବେ।
ଅଣ୍ଡର-୧୬ ବିଜୟ ମର୍ଚ୍ଚାଣ୍ଟ ଟ୍ରଫି ପାଇଁ ଦିଲ୍ଲୀ ଦଳ:-
ଆର୍ଣ୍ଣବ ବଗ୍ଗା(ଅଧିନାୟକ), ସାର୍ଥକ ରେ, ପ୍ରଣବ, ସଚିନ, ଅନିନ୍ଦୋ, ଶ୍ରେୟ ସେଠୀ(ୱିକେଟକିପର), ପ୍ରିୟାଂଶୁ, ଲକ୍ଷ୍ମଣ, ଉଦ୍ଧବ ମୋହନ, ଧ୍ରୁବ, କିରିତ କୌଶିକ, ନୈତିକ ମାଥୁର, ଶାନ୍ତନୁ ଯାଦବ, ମୋହକ କୁମାର, ଆର୍ଯ୍ୟବୀର ସେହୱାଗ।
Comments are closed.