ବଡ ବଡ ଷ୍ଟାରଙ୍କୁ ପଛରେ ପକାଇ କ୍ରମାଗତ ୩ୟ ବର୍ଷ ପାଇଁ କୋହଲି ଦେଶର ଏକ ନମ୍ବର ବ୍ରାଣ୍ଡ

ମୁମ୍ବଇ: ଭାରତୀୟ କ୍ରିକେଟ ଦଳର ଅଧୀନାୟକ ବିରାଟ କୋହଲି ଲଗାତର ଦେଶର ଏକ ନମ୍ବର ସେଲିବ୍ରେଟି ବ୍ରାଣ୍ଡ ହୋଇଛନ୍ତି। କ୍ରିକେଟ ପଡିଆରେ ଦମଦାର ପଦର୍ଶନ ସହ ବିଶ୍ବର ଏକ ନମ୍ବର ବ୍ୟାଟ୍ସମ୍ୟାନ କୋହଲି ବ୍ୟବସାୟ କ୍ଷେତ୍ରରେ ମଧ୍ୟ ରେକଡ୍ଡ ଭାଙ୍ଗି ଲଗାତର ୩ୟ ବର୍ଷ ପାଇଁ ଭାରତୀୟ ସେଲିବ୍ରେଟି ବ୍ରାଣ୍ଡ ଭ୍ୟାଲୁରେ ଏକ ନମ୍ବର ସ୍ଥାନ ପାଇଛନ୍ତି।

ଗ୍ଲୋବାଲ ଆଡଭାଇଜରି ଫର୍ମ ଡଫ ଆଣ୍ଡ ଫେଲପ୍ସ ପକ୍ଷରୁ ନିକଟରେ ‘ଭାରତୀୟ ସେଲିବ୍ରିଟି ବ୍ରାଣ୍ଡ ଭେଲ୍ୟୁ’ ସଂପର୍କିତ ରିପୋର୍ଟ ଜାରି କରିଛି। ଏହି ତାଲିକାରେ କ୍ରିକେଟର ବିରାଟ କୋହଲି ବ୍ରାଣ୍ଡ ଭେଲ୍ୟୁରେ କ୍ରମାଗତ ତୃତୀୟ ବର୍ଷ ପାଇଁ ଶୀର୍ଷରେ ଅଛନ୍ତି। ଏହି ମାମଲାରେ ସେ କେବଳ କ୍ରିକେଟ ନୁହେଁ, ବଲିଉଡ ଅଭିନେତା ଅକ୍ଷୟ କୁମାର, ଦୀପିକା ପାଦୁକୋନ, ରଣବୀର ସିଂ, ସଲମାନ ଖାନ୍ ଏବଂ ଶାହରୁଖ ଖାନଙ୍କ ଭଳି ସେଲିବ୍ରିଟିଙ୍କୁ ପଛରେ ପକାଇ ଏକ ନମ୍ବରରେ ରହିଛନ୍ତି। ୨୦୧୯ରେ ବିରାଟଙ୍କ ବ୍ରାଣ୍ଡ ଭ୍ୟାଲୁ ୩୯ ପ୍ରତିଶତ ବୃଦ୍ଧି ପାଇ ୨୩.୭୪ କୋଟି ଆମେରିକୀୟ ଡଲାର(୧୬୯୧ କୋଟି)ରେ ପହଞ୍ଚିଛି। ଏହି ମାମାଲାରେ କୋହଲି ନିଜର ସାଥୀ ଖେଳାଳି ରୋହିତ ଶର୍ମା, ମହେନ୍ଦ୍ର ସିଂହ ଧୋନୀଙ୍କ ଠାରୁ ମଧ୍ୟ ବହୁ ଆଗରେ ରହିଛନ୍ତି। ଏହି ତାଲିକାରେ ସ୍ଥାନ ପାଇଥିବା କ୍ରିକେଟର ମାନଙ୍କ ମଧ୍ୟରେ ବିରାଟ ପ୍ରଥମ ସ୍ଥାନରେ ରହିଥିବା ବେଳେ ଦ୍ବିତୀୟରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ତୃତୀୟ ସ୍ଥାନରେ ସଚିନ ତେନ୍ଦୁଲକର ଚତୁର୍ଥ ସ୍ଥାନରେ ରୋହିତ ଶର୍ମା ଅଛନ୍ତି।

ଭାରତୀୟ ସେଲିବ୍ରିଟି ବ୍ରାଣ୍ଡ ଭେଲ୍ୟୁ ତାଲିକାରେ ଏକ ନମ୍ବର ରହିଥିବା କୋହଲୀଙ୍କ ପରେ ବଲିଉଡ ଷ୍ଟାର ଅକ୍ଷୟ କୁମାର ତାଲିକାରେ ୧୦.୪୫ କୋଟି ଆମେରିକୀୟ ଡଲାରର ବ୍ରାଣ୍ଡ ଭେଲ୍ୟୁ ସହିତ ଦ୍ଵିତୀୟ ସ୍ଥାନରେ ଅଛନ୍ତି। ଦୀପିକା ପାଦ୍ୟୁକୋନ ତୃତୀୟରେ, ଚତୁର୍ଥରେ ରଣବୀର କପୁର, ପଞ୍ଚମରେ ଶାହରୁଖ ଖାନ, ଷଷ୍ଠରେ ସଲମାନ ଖାନ, ସପ୍ତମରେ ଆଲିଆ ଭଟ୍ଟ, ଅଷ୍ଟମରେ ଅମିତାଭ ବଚ୍ଚନ, ନବମରେ ମହେନ୍ଦ୍ର ସିଂହ ଧୋନୀ ଓ ଦଶମରେ ଆୟୁଷ୍ମାନ ଖୁରାନା ଅଛନ୍ତି।

Comments are closed.