୨୦ହଜାର ଅନ୍ତର୍ଜାତୀୟ ରନ୍‍ କ୍ଲବରେ କୋହଲି

ମାଞ୍ଚେଷ୍ଟର୍‍ : ବିଶ୍ୱର ଦ୍ୱାଦଶ ଖେଳାଳି ଭାବେ ୨୦ହଜାର ଅନ୍ତର୍ଜାତୀୟ ରନ କ୍ଲବରେ ପାଦ ଦେଇଛନ୍ତି ଟିମ ଇଣ୍ଡିଆର ଅଧିନାୟକ ତଥା ରନ୍‍ ମେସିନ ବିରାଟ କୋହଲି । ବିଶ୍ୱର ସବୁଠୁ ଦୃତ କ୍ରିକେଟର ଭାବେ କୋହଲି ଏହିି ରେକର୍ଡର ଅଧିକାରୀ ହୋଇଛନ୍ତି । ୨୦୧୯ କ୍ରିକେଟ ବିଶ୍ୱକପର ୱେଷ୍ଟଇଣ୍ଡିଜ୍‍ ବିପକ୍ଷ ମ୍ୟାଚରେ ୩୭ ରନ୍‍ କରିଥିବା ବେଳେ କୋହଲି ଏହି ରେକର୍ଡ ହାସଲ କରିଛନ୍ତି । କୋହଲି ମାତ୍ର ୪୬୧ ମ୍ୟାଚ ଖେଳି ଏହି ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି । ବିରାଟ କୋହଲିଙ୍କ ପୂର୍ବରୁ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଏବଂ ୱେଷ୍ଟଇଣ୍ଡିଜ୍‍ର ତାରକା ବ୍ୟାଟ୍ସମ୍ୟାନ ବ୍ରାଏନ ଲାରା ଉଭୟ ୪୫୩ ମ୍ୟାଚ ଖେଳି ଏହି ରେକର୍ଡର ଅଧିକାରୀ ହୋଇଥିଲେ। ବିଶ୍ୱର ୧୨ତମ ବ୍ୟାଟ୍ସମ୍ୟାନ ଏବଂ ୩ୟ ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ୨୦ହଜାର ରନ କ୍ଲବରେ ସାମିଲ ହୋଇଛନ୍ତି ବିରାଟ କୋହଲି । ଏହା ପୂର୍ବରୁ ସଚିନ ତେନ୍ଦୁଲକର ଏବଂ ରାହୁଲ ଦ୍ରାବିଡ ୨୦ହଜାର ରନ କ୍ଲବରେ ସାମିଲ ହୋଇଥିଲେ ।

Comments are closed.