ଵୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ ଅଧ୍ୟାପିକାଙ୍କୁ କରୋନା

ବୁର୍ଲା : ଵୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ(ଭିସୁଟ୍)ର ଜଣେ ଅଧ୍ୟାପିକାଙ୍କର କରୋନା ପଜିଟିଭ ଆସିଥିବା ଜଣାପଡିଛି। ଉକ୍ତ ଅଧ୍ୟାପିକାଙ୍କ ସ୍ବାମୀଙ୍କର ମଧ୍ୟ କରୋନାରେ ଆଜି ଭୋରରେ ମୃତ୍ୟୁ ହୋଇଥିଲା।

ସୂଚନା ଅନୁସାରେ, ଅଧ୍ୟାପିକାଙ୍କ ସ୍ଵାମୀଙ୍କ ଗତ କାଲି ସ୍ଵାବ ପରୀକ୍ଷା ପରେ କରୋନା ପଜିଟିଭ ଵାହାରି ଥିଲା। ଅଧ୍ୟାପିକାଙ୍କ ସ୍ବାମୀଙ୍କୁ ଅନୁଗୁଳ କୋଭିଡ଼ ହସପିଟାଲକୁ ଗତକାଲି ରାତିରେ ପ୍ରେରିତ କରାଯାଇଥିଲା। ମାତ୍ର ଅନୁଗୁଳ କୋଭିଡ଼ ହସ୍ପିଟାଲରେ ତାଙ୍କର ଆଜି ଭୋରରେ ମୃତ୍ୟୁ ହୋଇଥିଲା। ପୁଣି ଅଧ୍ୟାପିକାଙ୍କ ମଧ୍ୟ ସ୍ବାବ ପରୀକ୍ଷା ପରେ କରୋନା ପଜିଟିଭ ବାହାରିଵା ପରେ ବୁର୍ଲା ସହରରେ ଅଭାଵନିୟ ସ୍ତିତି ସୃଷ୍ଟି ହୋଇଛି।

ସେପଟେ ଆଜି ମଙ୍ଗଳବାର ରାତିରେ ବୈଠକ ଅନୁଷ୍ଠିତ ହେଵା ପରେ ଵନ୍ଦ ଉପରେ ଚୁଡାନ୍ତ ନିଷ୍ପତ୍ତି ନିଆଯିବ। ତେବେ ଵୁର୍ଲା ଭିମସାରର ନୋଡ଼ାଲ ଅଧିକାରୀ ସହଯୋଗୀ ପ୍ରଫେସର ସୁଦର୍ଶନ ପୋଥାଲଙ୍କ ସହିତ ଡ଼ାକ୍ତରି ଦଳ ତଥା ପୁଲିସ ଏବଂ ମହାନଗର ନିଗମ ଅଧିକାରୀ କଣ୍ଟାକ୍ଟ ଟ୍ରେସିଙ୍ଗ ଜାରି ରହିଥିବାଵେଳେ ଭିମସାର, ଷ୍ଟେଟଵ୍ୟାଙ୍କ, ଭିସୁଟ ଏବଂ ଭିସୁଟ କଲୋନୀର ପ୍ରାୟ ୩୦ ଜଣଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଥିବାଵେଳେ ଏହାର ତାଲିକା ଵୃଦ୍ଧି ପାଇପାରେ।

Comments are closed.