ବିର୍ସା ମୁଣ୍ଡାଙ୍କ ନାତିଙ୍କୁ ମାଟି ବୀରପୁତ୍ର ସମ୍ମାନ

ଭୁବନେଶ୍ୱର : ବିର୍ସା ମୁଣ୍ଡାଙ୍କ ନାତି ଶୁକରାମ ପାହାଣଙ୍କୁ ମାଟି ବୀରପୁତ୍ର ସମ୍ମାନ ପ୍ରଦାନ କରାଯାଇଛି। ଜେବିଏସ୍ ଏଣ୍ଟରଟେନମେଣ୍ଟ ଏବଂ ଓରି ଫାର୍ମିଂ ପକ୍ଷରୁ ଭୁବନେଶ୍ୱରଠାରେ ଆୟୋଜିତ ଏକ ଭର୍ଚୁଆଲ କାର୍ଯ୍ୟକ୍ରମରେ ଏହି ପୁରସ୍କାର ପ୍ରଦାନ କରାଯାଇଛି। ସମ୍ମାନ ସ୍ୱରୂପ ମାନପତ୍ର, ଅଙ୍ଗବସ୍ତ୍ର ସହିତ ବିର୍ସାମୁଣ୍ଡାଙ୍କ ପ୍ରତିମୂର୍ତ୍ତି ଥିବା ଏକ ତାମ୍ର ସ୍ମାରକୀ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ଅନୁଷ୍ଠାନର ନିର୍ଦେଶକ ସତ୍ୟବ୍ରତ ଜେନା, ଜଗନ୍ନାଥ ପାଣି, ବିଭାସ ବନ୍ଦୋପଧ୍ୟାୟ ଏବଂ ଭି.ଭି.ଏସ ମହେଶ୍ୱର ରାଓ ଉପସ୍ଥିତ ଥିଲେ।

Comments are closed.