MEllora 950×100

ମଣିଷ ପରି ଦିଶୁଛି ଛେଳିଛୁଆ; ଦେଖନ୍ତୁ ଏହି ଭିଡିଓ

ମଣିଷ ପରି ଦିଶୁଛି ଛେଳିଛୁଆ । ସଦ୍ୟ ଜନ୍ମିତ ଏହି ଛେଳି ଛୁଆଟିର ଆଖି ଯେପରି ଅବିକଳ ମଣିଷ ପରି ଦିଶୁଛି । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ନିଆଁ ପରି ବ୍ୟାପିବାରେ ଲାଗିଛି । ମଧ୍ୟପ୍ରଦେଶର ବିଦିଶା ଜିଲ୍ଲାରେ ଏହି ଘଟଣା ଘଟିଥିବା ବେଳେ, ଯାହା କି ଲୋକଙ୍କୁ ଚକିତ କରିଛି ।

ବିକୃତ ମାନବ ଚେହେରା ପରି ଛେଳି ଛୁଆଟିଜନ୍ମ ନେଇଛି । ତାର ଆଖି ଦୁଇଟି ଯେପରି ଚଷମା ପିନ୍ଦିବା ପରି ଦେଖାଯାଉଛି । ଯାହାକୁ ଦେଖିବାକୁ ସ୍ଥାନୀୟ ଅଞ୍ଚଳରେ ଭିଡ ଜମୁଛି । ସବୁଠାରୁ ବଡ଼ କଥା ହେଉଛି ଛେଳି ଛୁଆଟିର ମୁହଁ ଭିନ୍ନ ଧରଣର ହୋଇଥିବା ଯୋଗୁଁ ସେ ମା’ ଠାରୁ କ୍ଷୀର ପିଇବାରେ ସକ୍ଷମ ହୋଇପାରୁନାହିଁ ।

ତେଣୁ କିଛି ଲୋକ ଛୁଆଟିକୁ ସିରିଞ୍ଜରେ କ୍ଷୀର ପିଆଯାଉଥିବା ଭିଡିଓରେ ଦେଖିବାକୁ ମିଳୁଛି ।

Comments are closed.