ତୋ ଖୁସିରେ ମୋ ଖୁସି; ଦେଖନ୍ତୁ ଏହି ସୁନ୍ଦର ଭିଡିଓ

ଏ ହେଉଛି ଜୀବନର ପ୍ରକୃତ ଖୁସି । ନିରୀହ, ନିଷ୍ପାପ ଶିଶୁଟିର ନିଚ୍ଛକ ଭଲପାଇବା । ତା ସ୍ନେହରେ ବନ୍ଧା ଏହି ବୁଲା କୁକୁର । ଆଉ କୁକୁରଟିର ସ୍ନେହରେ ବନ୍ଧା ହୋଇଛି ଏହି ଶିଶୁ । ଦୃଶ୍ୟଟି କେଉଁ ଅଞ୍ଚଳର ଜଣାପଡ଼ିନାହିଁ । ହେଲେ ପିଲାଟିର ଏହି ଖୁସି ବର୍ତ୍ତମାନ ଭାଇରାଲ ହେବାର ଲାଗିଛି । କୁକୁରଟିକୁ ଛୁଆଟି ଖୁସିରେ ମାରୁଛି । ପୁଣି ତାକୁ କୋଳେଇ ନେଉଛି । ପରେ କୁକୁରଟିର ଉପରେ ଶୋଇପଡ଼ୁଛି ପିଲାଟି ।

ଖାଲି ସେତିକି ନୁହେଁ, କୁକୁରଟି ମଧ୍ୟ ପିଲାଟିକୁ ସ୍ନେହ କରୁଛି । ଶିଶୁଟିର ଗାଲରେ ତାର ମୁହଁକୁ ଘସି ଦେଉଛି । ଘଟଣାଟି କୌଣସି ଏକ ଷ୍ଟେସନର ହୋଇଥିବା ଭିଡିଓରେ ସ୍ପଷ୍ଟ ଜଣାପଡ଼ୁଛି । ଆଉ ପିଲଟି ନିକଟରେ ତାର ମା’ ମଧ୍ୟ ବସିଛନ୍ତି । ଯାହାର ଭିଡିଓ ସମାଜିକ ଗଣମାଧ୍ୟମରେ ଖୁବ୍‌ ଭାଇରାଲ ହେଉଛି ।

Comments are closed.