ରେଞ୍ଜର ପ୍ରେମରେ ଛୁଆ ଭାଲୁ; ଦେଖନ୍ତୁ ଏହି ସୁନ୍ଦର ଭିଡିଓ

ସୋସିଆଲ ମିଡିଆରେ ଏହି ଭିଡିଓଟି ଭାଇରାଲ ହେଉଛି । ଭିଡିଓରେ ଦେଖିବାକୁ ମିଳୁଛି ଗୋଟିଏ ଛୁଆ ଭାଲୁ ଜଣେ ବ୍ୟକ୍ତିଙ୍କୁ ଛାଡ଼ୁନାହିଁ । ତାଙ୍କ ଚାରି ପଟେ ଘୁରି ବୁଲୁଛି । ତାଙ୍କ ସହିତ ଖେଳୁଛି । ଯୁବକ ଜଣକଙ୍କ ପାଦକୁ ଧରି ଯେମିତି ଖୁବ୍‌ ଧନ୍ୟବାଦ୍‌ ଜଣାଉଛି । କାରଣ ଭାଲୁଟିକୁ ନୂଆ ଜୀବନ ଦେଇଛନ୍ତି ଏହି ବ୍ୟକ୍ତି ଜଣକ ।

ସୂଚନା ମୁତାବକ ବ୍ୟକ୍ତି ଜଣକ ହେଉଛନ୍ତି ଜଣେ ରେଞ୍ଜର । ଆଉ ଏହି ଛଆ ଭାଲୁଟିର ଜୀବନ ସେ ରକ୍ଷା କରିଛନ୍ତି । ଭାଲୁଟି ଥିବା ସ୍ଥାନରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ଯାହାକୁ ଦେଖିବା ପରେ ରେଞ୍ଜର ଜଣକ ଭାଲୁଟିକୁ ଉଦ୍ଧାର କରିଥିଲେ । ଆଉ ଉଦ୍ଧାର କରିବା ପରେ ବ୍ୟକ୍ତି ଜଣକୁ ଛୁଆ ଭାଲୁଟି ଛାଡ଼ିନଥିବା ଦେଖିବାକୁ ମିଳିଥିଲା । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

Comments are closed.