ଗାଡ଼ି ପୂଜା ବେଳେ ନନାଙ୍କ ଅଜବ ଶ୍ଳୋକ; ଦେଖନ୍ତୁ ଦେବଗଡ ଜିଲ୍ଳାର ଏହି ଭିଡିଓ

ଦେବଗଡ: ପବିତ୍ର ବିଶ୍ୱକର୍ମା ପୂଜା ଅବସରରେ ଗାଡ଼ିଟି ରାସ୍ତାରେ ଛିଡ଼ା ହୋଇଛି । ଆଉ ରାସ୍ତାରେ ଗାଡିକୁ ପୂଜା କରୁଛନ୍ତି ଜଣେ ବ୍ରାହ୍ମଣ । ଗାଡ଼ିଟି ପୂଜା ହେଉଛି ସତ କିନ୍ତୁ, କିଛି ଅଜବ କଥା ଓ କିଛି ମଜାଦାର ଶ୍ଲୋକକୁ ନେଇ ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଏଭଳି ଏକ ଅଜବ ଘଟଣା ଦେଖିବାକୁ ମିଳିଛି ଦେବଗଡ ଜିଲ୍ଳା ରିଆମାଳ ବ୍ଲକ  ସଦର ମହକୁମାରେ ।

ସୂଚନା ମୁତାବକ ବିଶ୍ୱକର୍ମା ପୂଜା ଅବସରରେ ଗାଡି ପୂଜା ପାଇଁ ଅନେକ ଗାଡି ମାଲିକ ସେମାନଙ୍କର ଗାଡି ପୂଜା କରିବାକୁ ରିଆମାଳ ସ୍ଥିତ ପ୍ରସିଦ୍ଧ ଶିବ ମନ୍ଦିରକୁ ଆଣିଥିଲେ । ତେବେ ପୂଜକଙ୍କର ଶ୍ଲୋକରେ, ପୂଜା ପାଠ କର୍ମାଣି.. ରାସ୍ତାରେ ଗାଡି ପୂଜା.. ରାସ୍ତାରେ ପୂଜା ପାଉଥିବେ… ଗାଡ଼ି ପୂଜା ଗାଡ଼ି ପୂଜା… ଚକା ପୂଜା ଚକା ପୂଜା… ୪ ଚକା ପୂଜା ପରି ଅଜବ ତଥା ମଜାଦାର ଅଙ୍ଗଭଙ୍ଗୀରେ କହୁଥିବା ଶୁଣିବାକୁ ମିଳୁଛି । ଏହାକୁ ଦେଖି  ଗାଡିର ମାଲିକ ଏବଂ ଉପସ୍ଥିତ ଶ୍ରଦ୍ଧାଳୁ ମାନେ ହସି ହସି ବେଦମ ହୋଇଯାଇଛନ୍ତି ।  ପୂଜକ ଜଣଙ୍କ ନାଁ ମଙ୍ଗୁଳୁ ଚରଣ ମହାପାତ୍ର ଓ ତାଙ୍କ ଘର ରିଆମାଳ ବ୍ଲକ ସଦର ମହକୁମାରେ ବୋଲି ସୂଚନା ମିଳିଛି ।

Comments are closed.