ମତେ ବହୁତ ଶୋଷ.. ଦେ ଟିକେ ପାଣି ଦେ; ଭାଇରାଲ ହେଉଛି ଭିଡିଓ

ମତେ ବହୁତ ଶୋଷ… ଦେ ଟିକେ ପାଣି ଦେ । ବୁଲି ବୁଲି ଥକିପଡ଼ିଛି । ବେଶି ନଦେଲୁ ନାହିଁ ଅଳ୍ପ ଦେଲେ ବି ଚଳିବ । ମତେ ଟିକିଏ ପାଣି ଦେଇଦେଲେ ମୁଁ ପିଇଦେଇ ଏଠୁ ଚାଲିଯିବି । ଆଜ୍ଞା ହଁ ଦର୍ଶକ ବନ୍ଧୁ । ଏହି ଭିଡିଓଟିକୁ ଦେଖିଲେ ଗୁଣ୍ଡୁଚି ମୂଷାଟିର ଏହିପରି ହିଁ ହରକତ ଜଣାପଡ଼ୁଛି ।

ଗୁଣ୍ଡୁଚି ମୁଷାଟି ବ୍ୟକ୍ତିଜଣକଙ୍କ ନିକଟରେ ଏପଟସେପଟ ହେଉଛି । ଟିକିଏ ପାଣି ପିଇବାକୁ ତାଙ୍କ ଚାରିପଟେ ଘୁରିବୁଲୁଛି । ବ୍ୟକ୍ତି ଜଣକ ଗୁଣ୍ଡୁଚି ମୂଷାଟିକୁ ପାଣି ଦେବାପରେ ସେ ମନ ଭରି ପିଉଛି । ପାଇବାର କିଛି ସମୟ ପରେ ସ୍ଥିର ହୋଇ ଛିଡ଼ା ହେଉଛି । ତାପରେ ସେ ସେଠାରୁ ଚାଲିଯାଉଛି ।   ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେଉଥିବା ବେଳେ ଅନେକ ଲୋକ ଏହି ଭିଡିଓଟିକୁ ବେଶ ପସନ୍ଦ କରୁଛନ୍ତି ।

Comments are closed.