ସାପକୁ ଝୁଣିଦେଲା କୁକୁର; ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ, ଦେଖନ୍ତୁ…

ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି ସାପ କୁକୁର ଲଢ଼େଇର ଭିଡିଓ । ଗୋଟିଏ ସାପ ଓ କୁକୁର ମଧ୍ୟରେ ଘାମାଘୋଟ ଲଢ଼େଇ ଚାଲିଥିବା ଭିଡିଓରେ ଦେଖିବାକୁ ମିଳୁଛି । ସାପଟି କୁକୁରକୁ ଦଂଶନ କରିବାକୁ ପ୍ରୟାସ କରୁଥିବା ନଜର ଆସୁଛି । କୁକୁରଟି ମଧ୍ୟ ସାପଟିକୁ ପ୍ରତି ଆକ୍ରମଣ କରିବାକୁ ଚେଷ୍ଟା କରୁଛି । ଏବଂ ମାତ୍ର କିଛି ସେକେଣ୍ଡରେ କୁକୁରଟି ସଫଳ ହେଉଛି । ଆଉ ସାପକୁ ବାରମ୍ବାର ଆକ୍ରମଣ କରି ମାରି ଦେଉଛି ।

ମାତ୍ର କିଛି ସେକେଣ୍ଡର ଏହି ଭିଡିଓରେ ଦେଖିବାକୁ ମିଳୁଛି କୁକୁରର ସାହସ । ଯାହାକି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି । ଭିଡିଓଟିକୁ ଅନେକ ଲୋକ ପସନ୍ଦ କରୁଥିବା ମଧ୍ୟ ନଜିର ରହିଛି । ବହୁ ଦର୍ଶକ କୁକୁରଟିକୁ ସାବାସୀ ଦେଇ କମେଣ୍ଟ ବକ୍ସରେ ନିଜ ମତାମତ ମଧ୍ୟ ରଖିଛନ୍ତି ।

Comments are closed.