ପ୍ରବଳ ବର୍ଷାରେ ଭାସିଗଲା ବିରିୟାନି ହଣ୍ଡା; ଭାଇରାଲ ହେଉଛି ଭିଡିଓ ଦେଖନ୍ତୁ..

ମୌସୁମୀ ବର୍ଷାରେ ଉବୁଟୁବୁ ହୋଇଛି ସାରାଦେଶ । ଗତକିଛି ଦିନର ଲାଗାଣ ବର୍ଷା ପରେ ଏବେ ସମଗ୍ର ରାଜ୍ୟ ଗୁଡିକ ଆଶ୍ୱସ୍ତି ନେଇଛି । ହେଲେ ଏହାରି ଭିତରେ ବର୍ଷାକୁ ନେଇ ଏକ ମଜାଦାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ବର୍ଷା ପାଣିରେ ଦୁଇଟି ବିରିୟାନି ହଣ୍ଡା ଭାସିଯାଉଥିବା ଦେଖିବାକୁ ମିଳୁଛି । ଦେଖନ୍ତୁ ଭିଡିଓ..

ଭିଡିଓରେ ଦେଖିବାକୁ ମିଳୁଛି ଦୁଇଟି ବିରିୟାନି ହଣ୍ଡା ବର୍ଷା ପାଣିରେ ଭାସୁଛି । ଯାହାକୁ କିଛି ଲୋକ ନିଜ ମୋବାଇଲରେ ଭିଡିଓ କରୁଛନ୍ତି । କିଛି ଲୋକ କିଛି କହୁଥିବା ମଧ୍ୟ ଭିଡିଓରେ ଶୁଣିବାକୁ ମିଳୁଛି । ଏହି ଭିଡିଓଟି ହାଇଦ୍ରାବାଦର ହୋଇଥିବା ଜଣାପଡ଼ିଛି ।

Comments are closed.