ଉତ୍କଳ ବିଶ୍ବବିଦ୍ୟାଳୟରେ ଉତ୍ତେଜନା, ବିଦ୍ୟୁତ ପାଇଁ ମୁଖ୍ୟ ଫାଟକରେ ତାଲା ପକାଇଲେ ଛାତ୍ରଛାତ୍ରୀ

ଭୁବନେଶ୍ବର : ‘ଫନି’ ବାତ୍ୟାକୁ ୧୧ ଦିନ ବିତି ଯାଇଥିବା ସତ୍ତ୍ବେ ବାଣୀବିହାର ସ୍ଥିତ ଉତ୍କଳ ବିଶ୍ବବିଦ୍ୟାଳୟକୁ ବିଦ୍ୟୁତ ଆସି ନାହିଁ। ଏନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଶୀଘ୍ର ବିଦ୍ୟୁତ ଦାବିରେ ମଙ୍ଗଳବାର ଦିନ ଛାତ୍ରଛାତ୍ରୀମାନେ ବିଶ୍ବବିଦ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇ ଦେଇଛନ୍ତି।
ଗତ ୩ ତାରିଖ ଦିନ ‘ଫନି’ ବାତ୍ୟା ପାଇଁ ଭୁବନେଶ୍ବରରେ ବିଜୁଳି ସେବା ପ୍ରଭାବିତ ହୋଇଥିଲା। ତେବେ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରାଯାଇ ଭୁବନେଶ୍ବରର କିଛି ସ୍ଥାନକୁ ବିଦ୍ୟୁତ ସେବା ଯୋଗାଇ ଦିଆଯାଇଛି। କିନ୍ତୁ ଉତ୍କଳ ବିଶ୍ବବିଦ୍ୟାଳୟକୁ ବିଦ୍ୟୁତ ଆସି ନ ଥିବା ଜଣାପଡିଛି।